ବାରିପଦା : ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ, ମୟୂରଭଞ୍ଜ ଜିଲ୍ଲାର ସାଂଗଠନିକ ବୈଠକ ସମ୍ପାଦକ ଅଜୟ କୁମାର ପାଳଙ୍କ ଆହ୍ୱାନ କ୍ରମେ ରବିବାର ବାରିପଦା ମହର୍ଷି ପବ୍ଲିକ ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୌରୋହିତ୍ୟ କରିଥିଲେ ପ୍ରତିଷ୍ଠାନର ଉତ୍ତରାଞ୍ଚଳ ଶାଖା ସଭାପତି ଅଜିତ କୁମାର କବାଟ । ସଭାରେ ଗତ ଫେବୃଆରୀ ମାସ ୧୮ତାରିଖ ପୁରୀଠାରେ ଆୟୋଜନ ହୋଇଥିବା ରାଜ୍ୟକମିଟି କାର୍ଯ୍ୟକର୍ତ୍ତା ସମ୍ମିଳନୀର ମାର୍ଗଦର୍ଶନ ଅନୁଯାୟୀ ଜିଲ୍ଲାରେ ଥିବା ଶ୍ରୀଜଗନ୍ନାଥ ପୀଠ ଏବଂ ମନ୍ଦିରଗୁଡ଼ିକର ଅବସ୍ଥିତି, ସାମ୍ପ୍ରତିକ ଅବସ୍ଥା ଅନୁଧ୍ୟାନ କରି ମନ୍ଦିରମାନଙ୍କର ବାୟୋଡାଟା କିପରି ସଂଗ୍ରହ ହେବ ତଥା ପୀଠଗୁଡ଼ିକରେ ସଂକ୍ଷିପ୍ତ ପୂଜାବିଧି ମୁତାବକ ସେବାପୂଜାରେ ସମାନତା ରହିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା । ଆଲୋଚନାରେ ଭାଗନେଇଥିଲେ ଅନୁଷ୍ଠାନର ରାଜ୍ୟ ଉପସଭାପତି ପଦ୍ମନାଭ ସାହୁ ଓ ସଦସ୍ୟ/ସଦସ୍ୟା ସୁଶ୍ରୀ କାବେରୀ ମିଶ୍ର, ଜୟନ୍ତ କୁମାର ଦ୍ୱାରା, ନରସିଂହ ବାରିକ, ଦୁର୍ଗା ଚରଣ ଜିତବାବୁ ଓ କୋଷାଧ୍ୟକ୍ଷ ଡଃ ସଞ୍ଜୀବ କୁମାର ପାଣିଗ୍ରାହୀ ପ୍ରମୁଖ । ଧନ୍ୟବାଦ ଜ୍ଞାପନ କରିଥିଲେ ସଭ୍ୟ ଇଂ ସତୀଶ ଚନ୍ଦ୍ର ବେହେରା ।