Odisha news

ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଆର୍ଥôକ ସହାୟତା

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ ଉପସ୍ଥିତ ରହି ହିତାଧିକାରୀଙ୍କୁ ଡୋମି ଚେକ ମାଧ୍ୟମରେ ଉକ୍ତ ସହାୟତା ପ୍ରଦାନ କରିଥିଲେ । ଏହି ଯୋଜନା ଅଧିନରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଶିଶୁ ମାନଙ୍କୁ ଯେଉଁ ମାନେ ବୈଷୟିକ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କୁ ଆର୍ଥôକ ସହାୟତା ପ୍ରଦାନ କରାଗଲା । ଏମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଡାକ୍ତରୀ ପାଠ ପଢ଼ୁଥିବାବେଳେ ଜଣେ ଡିପ୍ଲୋମା ଦୁଇ ଜଣ ବିଏସି ନର୍ସିଙ୍ଗ ଏବଂ ଜଣେ ବି.ଟେକ ପଢୁଛନ୍ତି ଓ ଉକ୍ତ ରାଶି ସିଧା ସଳକ ପାଠ ପଢ଼ୁଥିବା ଅନୁଷ୍ଠାନକୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୩ରେ କୃତି କାର୍ଯ୍ୟ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣି ମମତା ମୟୀ ବିଶ୍ୱାଳ ପରିଚାଳନା କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ସେବା) ଅମର କୁମାର ଦେ, ପରାମର୍ଶଦାତା ଦିଲୀପ କୁମାର ପଣ୍ଡା, କୋଷାଧକ୍ଷ ବ୍ରଜ କିଶୋରେ ଖୁଣ୍ଟିଆ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

Leave A Reply