Odisha news

ପଲ୍ ସର ବାଇକ୍ ସହ ପିକଅପ୍  ଭ୍ୟାନ ର ମୁହାମୁହିଁ ଧକ୍କା ରେ ବାଇକ୍ ଆରୋହୀ ମୃତ

0

ଆସିକା- ନୟାଗଡ଼ ମୁଖ୍ୟ ସଡ଼କ ପଥର  ଭେଟନାଇ ଗ୍ରାମ କୁକୁଡ଼ା ଫାର୍ମ ନିକଟ ରେ ପଲ୍ ସର ବାଇକ୍ ସହ ପିକଅପ୍  ଭ୍ୟାନ ର ମୁହାମୁହିଁ ଧକ୍କା ଘଟି ଜଣେ ବାଇକ୍ ଆରୋହୀ ଙ୍କ  ଶୋଚନୀୟ ମୁତ୍ୟୁ ହୋଇଥିବା ବେଳେ ସହ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଦୁଇ ବାଇକ୍ ଆରୋହୀ ଲକ୍ଷ୍ମୀଧର ମହାପାତ୍ର ଓ ଜାହିର ଖାଁ ବାଇକ୍ ନଂ ଓ ଡି ୨୫ଏନ ୯୬୮୬ ସିନ୍ଦୁରିଆ  ,ନୟାଗଡ଼ରୁ ବ୍ରହ୍ମପୁର ଯାଉଥିବା ବେଳେ ଆସିକା ପଟୁବେପରୁଆ ଭାବେ ଦୃତ ଗତି ରେ ଯାଉଥିବା ପିକଅପ୍  ଭ୍ୟାନ ନଂ ୦୨ସି ସି ୮୬୬୨ ମୁହାମୁହିଁ ଧକ୍କା ଦେଇଥିଲା।  ଉଭୟ ବାଇକ୍ ଆରୋହୀ ଘଟଣା ସ୍ଥଳରେ ଛିଟିକି ପଡ଼ିଥିଲେ। ରକ୍ତାକ୍ତ ଗୁରୁତର ଆହତ ଅବସ୍ଥାରେ ଉଭୟେ ରାସ୍ତାରେ ପଡ଼ିଥିବା ବେଳେ  ସ୍ଥାନୀୟ ଗ୍ରାମ ବାସୀ ଓ କୋଟିନଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।ତେବେ ଡାକ୍ତର ଲକ୍ଷ୍ମୀଧର ମହାପାତ୍ର ଙ୍କୁ ମୃତ ଘୋଷଣା କରିଥିଲେ।ଗୁରୁତର ଆହତ ଜାହିର ଖାଁ ଙ୍କ  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ମୃତକ ଙ୍କ ଶଳା ମଣି ଶଙ୍କର ସାହୁ ଙ୍କ ଅଭିଯୋଗ କୁ ନେଇ କୋଟିନଡ଼ା ପୋଲିସ ଥାନା  କେସ ନଂ ୬୬ ରେ ମାମଲା ରୁଜୁ କରି ମୃତକ ଙ୍କ ଶବ ବ୍ୟବଛେଦ କରିବା ନେଇ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ  ଜବତ କରି ଘଟଣାର ତଦନ୍ତ ଚଳାଇଥିବା  ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା କହିଛନ୍ତି।

Ad2
Leave A Reply