ବାରିପଦା : ପୁଣି ଦୁଆରଶୁଣୀ ଘାଟିରେ ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା । ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ରାଧାମାଧବ ବସଟି ବାରିପଦାରୁ କରଞ୍ଜିଆ ଅଭିମୁଖେ ଘାଟି ଚଢୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବୁଲାଣି ରାସ୍ତାରେ ପଛ ପାର୍ଶ୍ୱ ଘଷି ହୋଇ ଅଟକି ଯାଇଥିଲା । ଫଳରେ ଯାତ୍ରୀମାନେ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ପଡିଥିଲେ । ରାସ୍ତା ଜାମ ହୋଇ କିଛି ସମୟ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ଦମକଳ ବାହିନୀ ଓ ପୁଲିସ ପହଞ୍ଚି ଥିଲେ ।