Odisha news

ବୈଶିଙ୍ଗା ପୁଲିସ ବାଣ୍ଟିଲା ବରିଷ୍ଠ ନାଗରିକ ପରିଚୟ ପତ୍ର

0
ବେତନଟୀ :  ଅନେକ ସମୟରେ ଦେଖାଯାଏ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ଅବହେଳା କରାଯାଉଥିବାର ଅନେକ ଉଦାହରଣ ଅଛି । ବରିଷ୍ଠ ନାଗରିକ ମାନଙ୍କୁ ମୁଖ୍ୟତଃ ବସ ବା ଟ୍ରେନରେ ଯାତାୟତ କରିବା ସମୟରେ , ବ୍ୟାଙ୍କ ମାନଙ୍କରେ , ଡାକ୍ତରଖାନା ମାନଙ୍କରେ ଅନେକ ସମୟରେ ଅଣଦେଖା କରାଯାଇଥାଏ l ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବରିଷ୍ଠ ନାଗରିକ ମାନଙ୍କୁ ନାଗରିକତ୍ବ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ ମୟୂରଭଞ୍ଜ ଜିଲ୍ଲା  ବୈଶିଙ୍ଗା ପୁଲିସ ଦ୍ୱାରା ମଧ୍ୟ ଏହି ପ୍ରମାଣ ପତ୍ର ସ୍ଥାନୀୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି । ବୈଶିଙ୍ଗା ଥାନାର ଅଭ୍ୟର୍ଥନା କକ୍ଷରେ ଶନିବାର ଅପରାହ୍ନ ସମୟରେ ଥାନାଧିକାରୀ ତପନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବୈଶିଙ୍ଗା ଥାନା ଅଧୀନ ବିଭିନ୍ନ ଅଞ୍ଚଳର  ୬୫ ଜଣଙ୍କୁ ବରିଷ୍ଠ ନାଗରିକଙ୍କୁ ପ୍ରମାଣପତ୍ର ମିଳିଥିବା ଜଣାଯାଇଛି । ସାମ୍ବାଦିକ ସୀତାନାଥ ବେହେରା ଙ୍କ ସମେତ ଉପସ୍ଥିତ ଅନ୍ୟ ବରିଷ୍ଠ ସାମ୍ବାଦିକ , ରାଜନେତା, ବ୍ୟବସାୟୀ, ଶିକ୍ଷାବିତ, ଅବସରପ୍ରାପ୍ତ କର୍ମଚାରୀ ଥାନାଧିକାରୀଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ । ବୈଶିଙ୍ଗା ଥାନାର ସମସ୍ତ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ l
Leave A Reply