ତିହିଡି, ୦୧/୦୩(ଯଦୁମଣି ପାଣିଗ୍ରାହୀ) : ଜଣେ ୧୩ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୩ ବର୍ଷିୟ ବୃଦ୍ଧ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ତିହିଡି ଥାନାଧିନ ମହରମପୁର ଗାଁରେ । ନାତୁଣୀ ବୟସର ନାବାଳିକାକୁ ଚକୋଲେଟ୍ ଦେଇ ସେହିଗାଁର କାଳନ୍ଦୀ ପଶୁପାଳକ ନାମକ ଜନୈକ ବୃଦ୍ଧ ଗାଁର ପମ୍ପ ହାଉସ ନିକଟରେ ଅସଦାଚରଣ ଉଦ୍ୟମ କରିଥିଲା । ଦୁଇ ମାସ ହେଲା ବୃଦ୍ଧ ଜଣକ ପୀଡିତା ନାବାଳିକାକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବାରମ୍ବାର ଅସଦାଚରଣ ଉଦ୍ୟମ କରି ଆସୁଥିଲା । ନାବାଳିକା ଜଣକ ପରିବାର ଲୋକଙ୍କୁ ଏ ସଂପର୍କରେ କହିବା ପରେ ଘଟଣା ପଦାକୁ ଆସିଛି । ନାବାଳିକାର ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିଲା । ବିଭିନ୍ନ ଦିଗ ଉପରେ ନଜର ଦେଇ ପୋଲିସ ତଦନ୍ତ କରିଥିଲା ଓ ଶେଷରେ ପ୍ରମାଣ ମିଳିବା ପରେ ପୋଲିସ ଏକ ମାମଲା ନଂ-୮୦/୨୪, ଦଫା ୩୭୬(୩), ୩୭୬(୨)(ଏନ), ୫୦୬ ଓ ୬ ପସ୍କୋ ଏକ୍ଟରେ ରୁଜୁ କରି ଶୁକ୍ରବାର ଦିନ ଅଭିଯୁକ୍ତ କାଳନ୍ଦୀକୁ କୋର୍ଟ ଚାଲାଣ କରିଛି ।