କାକଟପୁର : ରାଜ୍ୟରେ 34 ଟା ଏନ ଏସି ମାନ୍ୟତା ପାଇ ଥିବା ବେଳେ ସୂଚୀପତ୍ର ରେ 1ନଂ ରେ ଥିବା ସ୍ଵାଭିମାନୀ ମାଟି କାକଟପୁର କୁ ଏନଏସି ମାନ୍ୟତା ନ ପାଇବା ଅତ୍ୟନ୍ତ ଦୁଖର ବିଷୟ,, ମଙ୍ଗଳା ମନ୍ଦିର,ପ୍ରାଚୀ ନଦୀ କୂଳରେ, ସମସ୍ତ ସରକାରୀ ଅଫିସ ଥାଇ ମଧ୍ୟ କାକଟପୁର ଏନଏସି ପାଇବାରୁ ଅବହେଲିତ ହେଲା। ଲୋକଙ୍କ ସାମାଜିକ କ୍ଷେତ୍ରରେ ପରିବର୍ତନ ଆସିଥାନ୍ତା,ଏନଏସି ମାନ୍ୟତା ନ ପାଇବା ହେତୁ କାକଟପୁର ଯୁବ ମୋର୍ଚ୍ଚା ପକ୍ଷରୁ କାକଟପୁର ଅପାରଗ ବିଜେଡ଼ି ବିଧାୟକ ତୁଷାର କାନ୍ତି ବେହେରାଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ ଜଣାଇ ଛନ୍ତି।। 7ଦିନ ମଧ୍ୟରେ ଏନଏସି ମାନ୍ୟତା ନ ଦିଆଗଲେ କାକଟପୁର ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।।ଏଥିରେ ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ସଂଯୋଜକ ରଜନୀ ରାଜୁ ମଲ୍ଲିକ, ଜିଲ୍ଲା ସଂଯୋଜକ ଇଂ ପ୍ରିୟବ୍ରତ ବିଶ୍ୱାଳ, ଲଳିତ ରଥ, ଇଂ ମଙ୍ଗଳା ପ୍ରସାଦ ପରିଡ଼ା, ହିମାଂଶୁ ମୁଦୁଲି, ଅରୁଣ ବିଶ୍ୱାଳ, ଆଦିତ୍ୟ ଜେନା, ଚିନ୍ମୟ ମଲ୍ଲିକ ସହ ଶତାଧିକ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ l