ପାରାଦୀପ : ଦୀର୍ଘ ଦିନ ହେବ କୈବର୍ତ୍ତ ଜାତି ଅବହେଳା ର ଶିକାର ହେଉଥିବା ଓ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଦାବି ଉଠିଥିଲା | ସାରଳା କୈବର୍ତ୍ତ ମଣ୍ଡଳ ଓ ନିଖିଳ ଓଡିଶା କୈବର୍ତ୍ତ ମହାସଭା ର ବ୍ୟାନରରେ ବିଭିନ୍ନ ବ୍ଲକ ରେ ମଧ୍ଯ କୈବର୍ତ୍ତ ମେଳି ଦେଖିବାକୁ ମିଳିଥିଲା | ବାଲିକୁଦା , ଏରସମା , କୁଜଙ୍ଗ ଆଦି ବିଭିନ୍ନ ବ୍ଲକ ରେ ରାଜ୍ଯ ଜିଲ୍ଲା ଓ ବ୍ଳକ ସ୍ତରୀୟ କୈବର୍ତ୍ତ ନେତା ମାନେ ଏକାଠି ହୋଇ ସରକାରଙ୍କ ନିକଟରେ କୈବର୍ତ୍ତ ଜାତି ର ବିଭିନ୍ନ ସମସ୍ୟା ଓ ମୌଳିକ ସମସ୍ୟା ଉପରେ ଲିଖିତ ଅଭିଯୋଗ ଦେବାସହ ଦାବି ମଧ୍ଯ ଉପସ୍ଥାପନା କରିଥିଲେ | ଶେଷରେ ଗତ 23 ତାରିଖରେ ନିଖିଳ ଓଡିଶା କୈବର୍ତ୍ତ ମହାସଭା ର ସାଙ୍ଗଠନିକ ସଭାପତି ତଥା ସାରଳା ମଣ୍ଡଳ କୈବର୍ତ୍ତ ସଂଘ ର ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ବେହେରା ଙ୍କ ସହ ଏକ ପ୍ରତିନିଧି ଦଳ ବିଜେଡି ରାଜ୍ଯ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ନେତୃତ୍ଵରେ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ଜେନା ଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି | ମୁଖ୍ୟତଃ ଚିଲିକା ଓ ଅନ୍ୟ ନଦୀ ସୌରାତ କୁ ଅଣ ମସ୍ଥ୍ୟଜୀବି ମାନେ ନେଇ ଯାଉଥିବା ବେଳେ ଏହାକୁ ପ୍ରକୃତ ମତ୍ସ୍ୟଜୀବୀ ମାନଙ୍କୁ ଦୀର୍ଘ ମିଆଦି ସୂତ୍ରରେ ପ୍ରଦାନ କରିବା , ଚିଲିକା କୁ ଘେରି ମୁକ୍ତ କରିବା , ପୂର୍ବ ଶିକ୍ଷା ପଦ୍ଧତି ଅନୁଯାଇ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ଙ୍କୁ ଷ୍ଟାଇପେଣ୍ଡୁ ପ୍ରଦାନ , ଓଡିଶା ରେ ବସବାସ କରୁଥିବା 25 ଲକ୍ଷ୍ୟ ରୁ ଉର୍ଦ୍ଧ କୈବର୍ତ୍ତ ଙ୍କୁ ପାରମ୍ପରିକ ମତ୍ସ୍ୟଜିବୀ ର ମାନ୍ୟତା ପ୍ରଦାନ, ବନ୍ୟା ବାତ୍ୟା ଏବଂ ପ୍ରାକୃତିକ ଦୁର୍ବିପାକ ସମୟରେ ମସ୍ଥ୍ୟଜୀବି ଙ୍କ ପାଇଁ ବିଶ୍ରାମଗୃହ ସହ ପ୍ରତି ବ୍ଲକ ରେ କମୁନିଟି ସେଣ୍ଟର ନିର୍ମାଣ ଆଦି ଦାବି ଉପରେ ମୁଖ୍ୟ ଶାସନ ସଚିବ ଙ୍କ ସହ ଆଲୋଚନା ପରେ ବିଭାଗୀୟ ଅଧିକାରୀ ଙ୍କୁ ଏହି ଦାବି ଗୁଡିକୁ ପଠାଯାଇ ତୁରନ୍ତ ଦୃଷ୍ଟି ଦିଆଯିବାକୁ ପ୍ରତିଶୃତି ମିଳିଥିବା ଶ୍ରୀଯୁକ୍ତ ପ୍ରହଲ୍ଲାଦ ବେହେରା ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି | ଗତ କିଛିଦିନ ତଳେ 5 ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ତିର୍ତୋଲ ମା ସାରଳା ମନ୍ଦିର ସନ୍ନିକଟ କନକପୁର ମୌଜାରେ କୈବର୍ତ୍ତ ଜାତି ର ଇଷ୍ଟ ଦେବୀ ମା ବାସେଳୀ ଙ୍କ ମନ୍ଦିର ଓ ଏକ ସଭାଗୃହ ନିର୍ମାଣ ନିମନ୍ତେ ଦିଆଯାଇଥିବା ଅନୁରୋଧ କୁ ରକ୍ଷାକରି ଜଗତସିଂହପୁର ଜିଲ୍ଲାପାଳ ଏହା ଏହି ଆର୍ଥିକ ବର୍ଷ ରେ ପଞ୍ଚାୟତରାଜ ବିଭାଗ ଦ୍ଵାରା ପ୍ରଚଳିତ ଯୋଜନା ରେ ନିର୍ମାଣ କରାଯିବ ବୋଲି ତାଙ୍କ ପାଖକୁ ପତ୍ର ଆସିଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି | ସେ ରାଜ୍ଯ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ 5 ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ କୃତଜ୍ଞତା ମଧ୍ଯ ଜ୍ଞାପନ କରିଛନ୍ତି |
