Odisha news

ତିନୋଟି ସ୍ଥାନରେ ମିଳି ଚଢ଼ାଉ ରେ  ୧୦୦୦ ଲି ଦେଶୀ ମଦ ଜବତ, ୬୩୦୦ ଲି ମହୁଲି ପୋଚ ନଷ୍ଟ ଏବଂ  ୩ ଗିରଫ

0
ବେତନଟୀ : ବେତନଟୀ ଅବକାରୀ ପୁଲିସ,ଏପିଆର ଫୋର୍ସ , ଅବକାରୀ ମୋବାଇଲ ୟୁନିଟ, ବୈଶିଙ୍ଗା ପୁଲିସ ଏବଂ କାର୍ଯ୍ୟନିର୍ବାହୀ ବିଚାରପତିଙ୍କ ତିନୋଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିବା ସହ ପାଖାପାଖି ୧୦୦୦ ଲି ଦେଶୀ ମଦ ଜବତ  କରିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ମୁତାବକ ଆଜି ସକାଳ ସମୟରେ ବେତନଟୀ ଅବକାରୀ ଥାନା ଏସଆଇ ପ୍ରକାଶ ସାହୁ ଙ୍କ ନେତୃତ୍ୱରେ ଏପିଆର ଫୋର୍ସ , ଅବକାରୀ ମୋବାଇଲ ୟୁନିଟ , ବୈଶିଙ୍ଗା ପୁଲିସ ଏବଂ କାର୍ଯ୍ୟନିର୍ବାହୀ ବିଚାରପତି ବୈଶିଙ୍ଗା ଥାନା ଅଧୀନ ବାମଡା ଓ ହାତିପତୁକା ଗ୍ରାମରେ ଚଢଉ କରିଥିଲେ । ସେଠାରୁ ଦେଶୀ ମଦ , ମହୁଲପୋଚ ଏବଂ ମଦ ପ୍ରସ୍ତୁତି କରିବା ପାଇଁ ସାମଗ୍ରୀ କୁ ନଷ୍ଟ କରିଦେଇଥିଲେ l ସେହି ପରି ଅପରାହ୍ନ ସମୟରେ ବଡ଼ସାହି ଥାନା ଯଦୁନାଥପୁର ରେ ମଧ୍ୟ ସମାନ ଢଙ୍ଗରେ ଚଢଉ କରି ମଦ ଏବଂ ପୋଚ ନଷ୍ଟ କରିଥିଲେ । ଚଢାଉ କରିଥିବା  ଏହି ତିନୋଟି ଜାଗାରେ ପୃଥକ ପୃଥକ ମାମଲା ରୁଜ୍ଜୁ କରି ୧୦୦୦ ଲି ଦେଶୀ ମଦ ଜବତ କରିଥିବା ବେଲେ ୬୩୦୦ ଲି ରୁ ଅଧିକ ମହୁଲ ପୋଚ ନଷ୍ଟ କରିଦେଇଥିଲେ। ଏଥିରେ ତିନିଜଣ ଇନ୍ଦ୍ରଜିତ ସିଂ , ବିଜୟ ସିଂ ଏବଂ ପାର୍ବତୀ ସିଂ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।
Ad2
Leave A Reply