ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳ ଚଣ୍ଡିଖୋଲକୁ ରାଜସ୍ୱ ସବଡିଭିଜନ ଓ ଏନଏସି ମାନ୍ୟତା ପ୍ରଦାନ ପାଇଁ ଦୀର୍ଘ ବର୍ଷର ହେବ ଦାବି ହୋଇ ଆସିବା ପରେ ରାଜ୍ୟ ସରକାର ଶନିବାର ଦିନ ଚଣ୍ଡିଖୋଲକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସିର ମାନ୍ୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ! ଚଣ୍ଡିଖୋଲ ସମେତ ଯାଜପୁର ଜିଲ୍ଲାରେ ୪ଟି ସ୍ଥାନକୁ ଓ ରାଜ୍ୟରେ ମୋଟ ୩୪ଟି ସ୍ଥାନକୁ ଏନ ଏସ ସି ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି! ଏହି ଘୋଷଣାକୁ ନେଇ ଚଣ୍ଡିଖୋଲ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି! ସ୍ଥାନୀୟ ଲୋକେ ଚଣ୍ଡିଖୋଲକୁ ଏନ ଏସ ସି ମାନ୍ୟତା ମିଳିଥିବାରୁ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଥିଲା ବେଳେ ସମାନ୍ତରାଳ ଭାବେ ବୁଦ୍ଧିଜୀବୀ ମହଲ ସୁଖି ନଥିବା ଦେଖାଯାଇଛି! ଏଠାର ଭୌଗଳିକ ଗୁରୁତ୍ୱକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ବହୁ ପୂର୍ବରୁ ଚଣ୍ଡିଖୋଲକୁ ରାଜସ୍ୱ ସବଡିଭିଜନର ମାନ୍ୟତା ଦେବାକୁ ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବାରୁ ବୁଦ୍ଧିଜୀବୀ ମହଲରେ ଏହା ଅସନ୍ତୋଷ ସୃଷ୍ଟି କରିଛି! ନିର୍ବାଚନ ପୂର୍ବରୁ ସରକାର ଚଣ୍ଡିଖୋଲ ବାସୀଙ୍କ ନାଯ୍ୟ ଦାବିକୁ ସମ୍ମାନଦେବେ ବୋଲି ଆଶା କରିଥିଲେ ମଧ୍ୟ ତାହା ହୋଇପାରି ନଥିବା ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି! ତେବେ ଚଣ୍ଡିଖୋଲକୁ ଏନ ଏସ ସି ଘୋଷଣା ପରେ ବଜାରର ବୁଦ୍ଧ ମୂର୍ତ୍ତି ନିକଟରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଏକାଠି ହୋଇ ମିଠା ବାଣ୍ଟିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିବା ଦେଖିବାକୁ ମିଳିଥିଲା! ସଞ୍ଜୟକୁମାର ସ୍ୱାଇଁଙ୍କ ନେତ୍ତୃତ୍ୱରେ ପ୍ରସନ୍ନ କୁମାର ଚୌଧୁରୀ, ପ୍ରଶାନ୍ତ କୁମାର ଜେନା, ବୈକୁଣ୍ଠନାଥ ସାହୁ,ପ୍ରକାଶ ରାଉତ, ରାକେଶ ବିଶ୍ବାଳ, ରଘୁନାଥ ରଣା, ମହମ୍ମଦ ଇମ୍ରାନ, ସେକ ମସିର ଆଲାମ, ପ୍ରଦୀପ ନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁଲୋକ ଏକାଠି ହୋଇ ଖୁସି ମନାଇଥିଲେ! ସେହିପରି ଆଇନଜୀବୀ ଦେବରାଜ ବେହେରା,ଚଣ୍ଡିଖୋଲ ବାର ଆସୁସିଏସନ ସମ୍ପାଦକ ପ୍ରକାଶଚନ୍ଦ୍ର ଦାଶ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି !
