କାକଟପୁର ତା 24/02, ଐତିହ୍ୟ ସମ୍ପନ୍ନ ପ୍ରାଚୀନଦୀ କାକଟପୁର ମା ମଙ୍ଗଳାଙ୍କ ପାଦଦେଶରେ ପ୍ରବାହିତ ହୋଇଯାଇଛି l ପ୍ରାଚୀର ବୈଭବ ଓ ଗାରିମା ପୁରାଣରେ ବର୍ଣ୍ଣିତ ହୋଇଥିବାବେଳେ ଗଙ୍ଗାଠାରୁ ଶହସ୍ରବର୍ଷ ବଡ ବୋଲି ମହାମୁନି ମାନେ ପ୍ରକାଶ କରିଛନ୍ତି l ସେହି ପ୍ରାଚୀନଦୀର ଗାରିମାମୟ ଐତିହ୍ୟକୁ ମନେପକାଇବା ପାଇଁ ପ୍ରତିବର୍ଷ ସନ୍ଥ ମାନଙ୍କ ଦ୍ୱାରା ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହୋଇଆସୁଛି l ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡିରହିଥିବା ପ୍ରାଚୀନଦୀକୁ ବ୍ରଜସାହୁ ନାମକ ଜଣେ ଭକ୍ତ ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗର ସହଯୋଗରେ ପ୍ରତି ପୂର୍ଣ୍ଣମୀ ତିଥିରେ ପ୍ରାଚୀ ନଦୀକୁ ବନ୍ଦାପନା, ନୈବେଦ୍ୟ, ମା ମଙ୍ଗଳାଙ୍କ ଆଜ୍ଞାମାଳ ପ୍ରଦାନ କାରାଯାଇ ଆଳତି ଓ ପୂଜାର୍ଚ୍ଚନା କରାଯାଇଥିଲା l କୂଳ ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ, ପୂଜାପଣ୍ଡା ସେବକ ସୁବାସ ଚନ୍ଦ୍ର ପାଢ଼ୀ, ରଘୁନାଥ ଦୀକ୍ଷିତ, ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, ମାନସ ଦୀକ୍ଷିତ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମା ଙ୍କ ମନ୍ଦିରରୁ ଏକ ସ୍ୱତନ୍ତ୍ର ପଟୁଆରରେ ବାହାରି ପ୍ରାଚୀନଦୀ ର ଘଣ୍ଟତୋଳା ଘାଟରେ ପହଞ୍ଚି ପୂଜାର୍ଚ୍ଚନା କରାଯାଇଥିଲା l ଶତାଧିକ ମାତୃଭକ୍ତଙ୍କ ହରିବୋଲ ଓ ହୁଳହୁଳି ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା l ଉକ୍ତ ପ୍ରାଚୀ ଆଳତି କାର୍ଯ୍ୟକ୍ରମ ପ୍ରତି ପୂର୍ଣ୍ଣମୀ ଦିନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l
