ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ “ପ୍ରତକ୍ଷ୍ୟ ଓ ପରୋକ୍ଷ ଟିକସ ବ୍ୟବସ୍ଥା : ପ୍ରସଙ୍ଗ ଓ ଆହ୍ୱାନ’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଭାଗୀୟ ମୁଖ୍ୟ ଡଃ ଆଶୁତୋଷ ପ୍ରୟାସ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ଡଃ ରୂପସା ମହାପାତ୍ର ମଞ୍ଚାସୀନ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ । କଲେଜର ଶୈକ୍ଷିକ ମୁଖ୍ୟ ପ୍ରଫେସର ପ୍ରମୋଦ ଚନ୍ଦ୍ର ସାହୁଙ୍କ ଅଭିଭାଷଣ ପରେ ବିଷୟ ବିଶେଷଜ୍ଞ ସି.ଏ. ପଙ୍କଜ କୁମାର ପାଣିଗ୍ରାହୀ ଭାରତର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବ୍ୟବସ୍ଥାର ବିଭିନ୍ନ ଦିଗ ଓ ସାମ୍ପ୍ରତିକ ପରିବର୍ତ୍ତିତ ନିୟମ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ଅଧ୍ୟାପିକା ଭୀମ ଚରଣ ମୁର୍ମୁ, ଡଃ ଅର୍ଜୁନ କୁମାର ସାହୁ, ସୀମା ଅଗ୍ରୱାଲ ଓ ଅନ୍ୟାନ୍ୟ ଅତିଥି ଅଧ୍ୟାପକ, ଅଧ୍ୟାପିକା ତଥା ବିଭାଗର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ସଫଳ ରୂପାୟନରେ ସାହାଯ୍ୟ କରିଥିଲେ । ପରିଶେଷରେ ଅଧ୍ୟାପକ ଡଃ ଅନାମ ଚରଣ ରାଉଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।