Odisha news

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତି ପିଟି ପିଟି ହତ୍ୟା,୧୧ଜଣ ଗିରଫ।।

0
ବ୍ରହ୍ମପୁର : ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତି ପିଟି ପିଟି ହତ୍ୟା କରିବା ପରେ ପୋଡ଼ିଦେବା ଘଟଣା । ହତ୍ୟାରେ ସମ୍ପୃକ୍ତ ଥିବା ୧୧ ଜଣଙ୍କୁ ଗିରଫ କଲା ପୋଲିସ । ଏଭଳି ହତ୍ୟାକାଣ୍ଡ ଘଟିଥିଲା ଜରଡ଼ା ଥାନା ଆଙ୍କୁଲି ପଞ୍ଚାୟତର ହଳଦୀବାଡ଼ ଗାଁରେ । ଗାଁରେ ଜଣେ ଲୋକଙ୍କ ମୃତ୍ୟୁ ହେବା ପରେ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଗାଁର ଗୁରୁବାରୀ ଡ଼ାକୁଆଙ୍କୁ ଡ଼କାଯାଇଥିଲା । କିନ୍ତୁ ବୈଠକକୁ ଯିବା ନିମନ୍ତେ ସେ ମନା କରିଦେଇଥିଲେ । ଯାହାଫଳରେ ଗାଁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା ଗୁରୁବାରୀ ଗୁଣିଗାରେଡ଼ି କରି ସମ୍ପୃକ୍ତ ଲୋକକୁ ହତ୍ୟା କରିଛି । କାରଣ ପୂର୍ବରୁ ଗାଁ ଲୋକଙ୍କ ସହ ଗୁରୁବାରୀଙ୍କ ଗଣ୍ଡୋଗଳ ମଧ୍ୟ ହୋଇଥିଲା । ଏହାସହିତ ଗୁରୁବାରୀ ଏକ ମାମଲାରେ ଜେଲକୁ ଯାଇ ଗାଁକୁ ଫେରିଥିଲା । ଏଭଳି ଗାଁରେ ଗୁଣିଗାରେଡ଼ି କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୋଗୁଁ ଗାଁ ଲୋକେ ଏକାଠି ହୋଇ ଗୁରୁବାରୀଙ୍କୁ ପିଟିପିଟି ହତ୍ୟା କରିବା ପରେ ପୋଡ଼ି ଦେଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଗତ ୧୧ ତାରିଖରେ ଜରଡ଼ା ଥାନାରେ ମାମଲା ରୁଜୁ ହେବା ସହିତ ପୋଲିସ ତଦନ୍ତ କରିଥିଲା । ଗୁରୁବାରୀଙ୍କୁ ହତ୍ୟା କରିଥିବା ଅଭିଯୋଗକରେ ପୋଲିସ ଗାଁର ୧୧ ଜଣ ଲୋକଙ୍କୁ ଗିରଫ କରିବା ସହ ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି
ଶ୍ରବଣ ବିବେକ ଏମ
Leave A Reply