Odisha news

ଭଲ ମଣିଷମାନେ କାଳେକାଳେ ମନେ ରହିବେ : ସେବା ସଂକଳ୍ପ ସମାଜ ପକ୍ଷରୁ ସାତକଡି ହୋତାଙ୍କ ଶ୍ରଦ୍ଧାଞ୍ଜଳି ସଭା

0

ତିହିଡି, ୧୪/୦୨(ଯଦୁମଣି ପାଣିଗ୍ରାହୀ): ଭଲ ମଣିଷମାନେ କାଳେକାଳେ ମନେ ରହନ୍ତି । ସୃଜନ ପୁରୁଷ ସାତକଡି ହୋତା ମଧ୍ୟ ଓଡିଶାର ଜନମାନସରେ ଚିରକାଳ ଅମର ହୋଇ ରହିବେ ବୋଲି ମତ ପ୍ରକାଶ ପାଇଥିଲା । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସାମାଜିକ ସେବା ସଂଗଠନ ସେବା ସଂକଳ୍ପ ସମାଜ ପକ୍ଷରୁ ସତ୍ୟମ୍ ଫାଉଣ୍ଡେସନ ସଭାଗୃହରେ ବିଶିଷ୍ଟ ସାହିତି୍ୟକ, ସମ୍ପାଦକ ତଥା ବରିଷ୍ଟ ପ୍ରଶାସକ ସାତକଡି ହୋତାଙ୍କ ଦେହାନ୍ତରେ ଆୟୋଜିତ ସ୍ମୃତି ସଭାରେ ବକ୍ତାମାନେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିଥିଲେ । ସଂଗଠନର ସଭାପତି ସାହିତି୍ୟକ ଯଦୁମଣି ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଟ ସାମ୍ବାଦିକ ରାମନାରାୟଣ ନାୟକ, ଶିକ୍ଷାବିତ୍ ନିତ୍ୟାନନ୍ଦ ମଲ୍ଲିକ, ସାହିତି୍ୟକ ନିର୍ମଳ ସେନାପତି, ସମାଜସେବୀ କମଳାକାନ୍ତ ସ୍ୱାଇଁ, ପୀତାମ୍ବର ସେଠୀ, ପ୍ରଫୁଲ ନାୟକ, ଉମାକାନ୍ତ ମଲ୍ଲିିକ, ରମାକାନ୍ତ ମଲ୍ଲିକ, ରମେଶ ନାୟକ, ସାମ୍ବାଦିିକ ନାରାୟଣ କର ଓ ସଞ୍ଜୟ ଦାସ ପ୍ରମୁଖ ଯୋଗଦେଇ ଦିବଂଗତ ସାତକଡି ହୋତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଦିବଂଗତ ସାତକଡି ହୋତା ଜଣେ ନିର୍ମାୟା ମଣିଷ ହିସାବରେ ନିଜର ଅଧସ୍ତନ କର୍ମୀ ଓ ସହକର୍ମୀମାନଙ୍କର ଅତ୍ୟନ୍ତ ପ୍ରିୟପାତ୍ର ଥିଲେ । ତାଙ୍କର ନିରଳସ ସାହିତ୍ୟ ସାଧନା ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଛି । ତାଙ୍କ ବ୍ୟକ୍ତିତ୍ୱର ଛାପ ତାଙ୍କର ପ୍ରତିଟି ଲେଖାରେ ପ୍ରତିଫଳିତ । ସେ ଜଣେ ଅତ୍ୟନ୍ତ ଅମାୟିକ ଓ ବନ୍ଧୁୁ ବତ୍ସଳ ମଣିଷଭାବେ ଓଡିଆ ସାହିତି୍ୟକମାନଙ୍କ ନିକଟରେ ପ୍ରିୟପାତ୍ର ଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସେହିପରି ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଓଡିଆ ସାହିତ୍ୟ ତଥା ଓଡିଶାର ଗଣମାଧ୍ୟମ ଜଗତରେ ନିଜର ପରାକାଷ୍ଠା ବଜାୟ ରଖିଥିଲେ । ଶେଷରେ ସମାଜସେବୀ କୁମାର ଗଙ୍ଗାଧର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply