Odisha news

କାର୍ଗିଲ ଟି ୧୨ ଟେନିସ ବଲ କ୍ରିକେଟ ଲିଗ ଟୁର୍ନାମେଣ୍ଟ  ଉଦଘାଟିତ

0
ବ୍ରହ୍ମପୁର :-ସ୍ଥାନୀୟ ଗୋସାଇଁନୂଆଗାଁ ପତିତପାବନ ନଗର ସ୍ଥିତ କାର୍ଗିଲ ଗ୍ରାଉଣ୍ଡ ଠାରେ ତୃତୀୟ ତମ କାର୍ଗିଲ ଟି ୧୨ ଟେନିସ ବଲ କ୍ରିକେଟ ଲିଗ ଟୁର୍ନାମେଣ୍ଟ  ଉଦଘାଟିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମେୟର ଶିବ ଶଙ୍କର ଦାସ, ସନ୍ନମାନ ଅତିଥି ଭାବେ ୨୬ ନଂ ୱାର୍ଡ ସ୍ୱାଧୀନ କର୍ପୋରେଟର ଧିରେଶ ସାବତ, ୨୭ ନଂ ୱାର୍ଡ ବିଜେପି କର୍ପୋରେଟର ନୀଳକଣ୍ଠ ସାହୁ ଉପସ୍ଥିତ ରହି ଦ୍ୱୀପ ପ୍ରଜ୍ୱଳନ କରିବା ସହ ଖେଳକୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କାର୍ଗିଲ କ୍ଲୁବର ସଭାପତି ସନ୍ଦୀପ ପାଣିଗ୍ରାହୀ, ମୁତୁଞ୍ଜୟ ସାହୁ, ଅଜୟ ଭୋଳ, ଉତ୍ତମ ଗୌଡ଼, ଜିତେନ୍ଦ୍ର ତରେଇ ପ୍ରମୁଖ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ l ଏହି ଟୁର୍ନାମେଣ୍ଟ ୬ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ଦୀର୍ଘ ୧0 ଦିନ ପଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ l ଏଥିରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ଆଜି ପ୍ରଥମ ମ୍ୟାଚ ରାଳବ ଇଲେଭେନ କୁ mkcg ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ରାଳବ ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୧୨ ଓଭର ଖେଳି ୮ ଗୋଟି ୱକେଟ ବିନିମୟରେ ୧୨୨ ରନ କରିଥିଲେ l ଦଳ ପକ୍ଷରୁ କିରଣ ୧୧ ବଲ ଖେଳି ୩୩ ରନ କରିଥିଲେ l mkcg ଇଲେଭେନ ପକ୍ଷରୁ ବୋଲିଙ୍ଗରେ ବାବୁଲି ୩ ଓଭର ପକାଇ ୨0  ରନ ଦେଇ ୫ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ mkcg ଇଲେଭେନ ୧୨ ଓଭର ଖେଳି ୭ ଗୋଟି ୱକେଟ ବିନିମୟରେ ୧୨0 ରନ କରିଥିଲେ l ଦଳ ପକ୍ଷରୁ କିରଣ ୧୧ ବଲ ଖେଳି ୩୩ ରନ କରିଥିଲେ l ରାଳବ ଦଳ ପକ୍ଷରୁ ବୋଲିଙ୍ଗରେ ରାଜି ୨ ଓଭର ପକାଇ ୨୮ ରନ ଦେଇ ୪ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ରାଳବ ଇଲେଭେନ ୨ ରନରେ ମ୍ୟାଚ ଜିତି ନେଇଥିଲେ l ଆଜିର ମ୍ୟାଚରେ ମେନ ଅଫଦା ମ୍ୟାଚ ଭାବେ ରାଳବ ଦଳର ରାଜି ବିବେଚିତ ହୋଇଛନ୍ତି l ଅତିଥି ଭାବେ ସମାଜ ସେବି ରାମ କୃଷ୍ଣ ଦାସ (ଖଲି ଦାସ ) ଉପସ୍ଥିତ ରହି ମେନ ଅଫ ଦା ମ୍ୟାଚ ପ୍ରଦାନ କରିଥିଲେ l ଆଜିର ମ୍ୟାଚରେ ଏମ୍ପାୟର ଭାବେ ମୁକେଶ ହୋତା ଓ ଅଜୟ ଭୋଳ ଖେଳକୁ ପରିଚାଳନା କରିଥିବା ବେଳେ, ସ୍କୋରର ଭାବେ ରାହୁଲ ଓ କମେଣ୍ଟ୍ରି ଭାବେ ଆଲୋକ ସେନ ସହଯୋଗ କରିଥିଲେ l
Leave A Reply