Odisha news

ବସନ୍ତ ପଞ୍ଚମୀ ରେ ମା ସରସ୍ୱତୀ ଙ୍କ କୃପl ଲାଭ କରିବା ପାଇଁ ଅର୍ପଣ କରନ୍ତୁ ଏହି ୫ଟି ହଳଦିଆ ବସ୍ତୁ 

0
ମାଘମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ବାଗଦେବୀ ମା ସରସ୍ୱତୀଙ୍କ ପୂଜାର୍ଚନା କରାଯାଇ ଥାଏ l ଏହିଦିନ ଟିକୁ ଶ୍ରୀପଞ୍ଚମୀ ବା ବସନ୍ତ ପଞ୍ଚମୀ ଭାବରେ ସମସ୍ତେ ଜାଣି ଥାଆନ୍ତି l ବସନ୍ତ ପଞ୍ଚମୀ ରେ ହଳଦିଆ ରଙ୍ଗର ଖୁବ ମହତ୍ୱ ରହିଥାଏ l ତେଣୁ ମାନ୍ୟତା ଅନୁସାରେ ଏହିଦିନ ହଳଦିଆ ରଙ୍ଗର ପ୍ରସାଦ ମା ଙ୍କ ନିକଟରେ ଅର୍ପଣ କରିବା ଦ୍ୱାରା ଜିବନର ସମସ୍ତ କଷ୍ଟ ଦୂର ହୋଇଥାଏ l ପ୍ରତ୍ୟେକ ହଳଦିଆ ବସ୍ତୁ କୁ ଶୁଭ୍ରତା ର ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ l ତେଣୁ ପୂଜା ରେ ବିଶେଷ ଭାବରେ ହଳଦିଆ ଜିନିଷ ର ବ୍ୟବହାର ହୋଇଥାଏ l
– ସରସ୍ୱତୀ ପୂଜା ଦିନ ହଳଦିଆ ପ୍ରସାଦ ଭାବରେ ବୁଟ ଡାଲି ର ହାଲୁଆ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏହାକୁ ଅର୍ପଣ କରିବା ସମୟରେ ମା ସରସ୍ବତୀ ଙ୍କୁ ପ୍ରାର୍ଥନା କରନ୍ତୁ l ଏପରି କରିବା ଦ୍ୱାରା ସମସ୍ତ କଷ୍ଟ ଦୂର ହୋଇଥାଏ l
– ବସନ୍ତ ପଞ୍ଚମୀ ଦିନ ଯେ କୌଣସି ହଳଦିଆ ଲଡୁ ସରସ୍ବତୀ ଙ୍କ ନିକଟରେ ଅର୍ପଣ କରନ୍ତୁ l ଏହାକୁ ଅର୍ପଣ କରିବା ସମୟରେ ମାତା ସରସ୍ୱତୀ ଙ୍କ ମନ୍ତ୍ର ‘କଜ୍ଜଳ ପୂରିତ ଲୋଚନ ଭରା, ସ୍ଥାନଯୁଗ ଶୋଭିତ ମୁକ୍ତl ହାରେ , ବୀଣା ପୁସ୍ତକ ରଂଜିତ ହସ୍ତେ ଭଗବତୀ ଭାରତୀ ଦେବୀ ନମସ୍ତେ ‘ ପାଠ କରନ୍ତୁ l
– ସରସ୍ୱତୀ ପୂଜା ରେ କେଶର ରେ ପ୍ରସ୍ତୁତ କ୍ଷୀରି ସରସ୍ୱତୀ ଙ୍କ ନିକଟରେ ଅର୍ପଣ କରନ୍ତୁ l ଏହାକୁ ପ୍ରସାଦ ଭାବରେ ଅର୍ପଣ କରିବା ଦ୍ୱାରା ମା ଙ୍କ କୃପା ପ୍ରାପ୍ତି ହୋଇଥାଏ l ଏବଂ ସମସ୍ତ ଅସୁବିଧା ରୁ ମୁକ୍ତି ମିଳିଥାଏ l
– ସରସ୍ୱତୀ ପୂଜା ଦିନ ହଳଦିଆ ରଙ୍ଗର ଫଳ ମାଙ୍କ ନିକଟରେ ଅର୍ପଣ କରନ୍ତୁ l ଯେପରିକି ପାଚିଲା କଦଳୀ, ପାଚିଲା ସପୁରୀ, ପାଚିଲା ଅମୃତଭଣ୍ଡା, ପାଚିଲା ବରକୋଳି ଇତ୍ୟାଦି ଅର୍ପଣ କରନ୍ତୁ l ଏହାକୁ ମାଙ୍କ ନିକଟରେ ପ୍ରସାଦ ଭାବରେ ଅର୍ପଣ କରିବା ଦ୍ୱାରା ମା ପ୍ରସନ୍ନ ହୋଇ ଥାଆନ୍ତି l
– ହଳଦିଆ ରଙ୍ଗର ପୁଷ୍ପ ର ମଧ୍ୟ ସରସ୍ୱତୀ ପୂଜାରେ ଅନେକ ମହତ୍ୱ ରହିଛି l ଏହିଦିନ ବାଗଦେବୀ ସରସ୍ବତୀ ଙ୍କ କୃପା ଲାଭ କରିବା ପାଇଁ ହଳଦିଆ ପୁଷ୍ପ ଅର୍ପଣ କରିବା ଦ୍ୱାରା ପରିବାର ସଦସ୍ୟ ଙ୍କ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
Leave A Reply