Odisha news

ବାଲିଯୋଡା +୨ କଲେଜ ‘ନୂଆ–ଓ’ ଅନ୍ତର୍ଗତ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗୀତା ଉଦ୍ୟାପିତ

0

ବାରିପଦା : ବଡସାହି ବ୍ଲକ ଅନ୍ତର୍ଗତ ବାଲିଯୋଡା ସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ–ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ସନ୍ତୋଷ ବାଦଲ ଦାସ ସଭାପତିତ୍ତ୍ୱ କରିଥିଲେ । କୃତୀ ବିଦ୍ୟାର୍ଥୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତିର ଆଲୋଚନା ଚକ୍ରରେ ଡଃ ନୀଳକଣ୍ଠ ମିଶ୍ର ତାଙ୍କର ମୂଲ୍ୟବାନ ସମୟ ପ୍ରଦାନ କରି ବିଦ୍ୟାର୍ଥୀଙ୍କୁ ସାରଗର୍ଭକ ବକ୍ତୃତାରେ ଶ୍ରୀ ଜଗନ୍ନାଥ କିପରି ସର୍ବଧର୍ମର ସମନ୍ୱୟ ତାହା ବାଖ୍ୟା କରିଥିଲେ । ବିଦ୍ୟାର୍ଥୀମାନେ ‘ଶ୍ରୀ ଜଗନ୍ନାଥ’ ଉପରେ ଆଧାରିତ ଚଳଚ୍ଚିତ୍ର ଉପଭୋଗ କରିଥିଲେ । ସଭାକାର୍ଯ୍ୟ ଶେଷରେ ଅଧ୍ୟାପକ ତଥା ନୋଡାଲ ଅଫିସର ରଜତ କରଣ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାମଞ୍ଚକୁ ଅଧ୍ୟାପକ ରାଜେଶ ସାହୁ ପରିଚାଳନା କରିଥିଲେ ଏବଂ ସଭାକାର୍ଯ୍ୟରେ ଅଧ୍ୟାପକ ବିକାଶ କର ମହାପାତ୍ର, କ୍ରୀଡ଼ା ଶିକ୍ଷକ ନାରାୟଣ ପ୍ରୋଦାର, ଅଧ୍ୟାପିକା ମମତା ସାମଲ, ଅଧ୍ୟାପିକା କମଳା ବରଜ ତଥା ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Ad2
Leave A Reply