Odisha news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ଜଣକ ଜିବନ ଗଲା।

0
ଆଠଗଡ ତା ୩-୨ -୨୪   ବିବାହ ଭୋଜି ସାରି ଫେରୁଥିବାବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣକ ଜୀବନ ଜାଇଛି।, ଏମିତି ଏକ ଘଟଣା ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ବାଉଁଶପୁଟ ପଞ୍ଚଯାତର  ଖଜୁରୀପାଟଣା ଗ୍ରାମର ଦୁର୍ଯ୍ୟୋଧନ ରାଉତ ବଡ ପୁଅ ରାକେଶ କୁମାର ରାଉତ ବୈଦିକ ରୀତିରେ ବାଙ୍କୀ ଥାନା ସାହାଡ଼ାପଦା  ଗ୍ରାମରେ ବିବାହ କରିଥିଲେ, ଆଉ ଗତକାଲି ଶୁକ୍ରବାର ଥିଲା ରାକେଶଙ୍କ ବିବାହ  ଭୋଜି, ବିବାହ  କରାଇଥିବା ବଡମ୍ବା ଥାନା ଚଣ୍ଡୀମଙ୍ଗଳ ଗ୍ରାମର ଦିଲ୍ଲୀପ କୁମାର ମଲ୍ଲିକ  ଉଭୟ ପକ୍ଷରୁ ଥିଲେ ମଧ୍ୟସ୍ଥି, ଭୋଜିଭାତ ଖାଇସାରିବା ପରେ ରାକେଶର  ସାନ ଭାଇ ତପନ ରାଉତ (୨୬) ପାଳପୁଟ ଗ୍ରାମର ଗାଡ଼ି ଚାଳକ ତିଲୁ ପରିଡା( ୨୮)ତାଙ୍କର ଏକ କାର ଯାହାର ନମ୍ବର OD 33 E 7770 ଧରି ଏବଂ ଅନ୍ୟ ଜଣେ ହଇରାଜପୁର ଗ୍ରାମର ରାମକୃଷ୍ଣ ସ୍ବାଇଁ( ୪୮ ) କୁ ଧରି ମଧ୍ୟସ୍ଥି ଙ୍କୁ ଛାଡିବା ପାଇଁ ଯାଉଥିଲେ, କିନ୍ତୁ ଚଣ୍ଡୀମଙ୍ଗଳ ଯାଉଥିବା ବେଳେ ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ କୋଇଲିକନ୍ୟା ଗ୍ରାମ ବାଙ୍କ ବୁଲୁଥିବା ବେଳେ ଦ୍ରୁତ ବେଗରେ ଯାଉଥିବା ଗାଡିଟି ହଟାତ ଏକ ରାସ୍ତା ପାର୍ଶ୍ଵ ଘର କାନ୍ଥରେ ଧକ୍କାହୋଇ ରାସ୍ତା ତଳକୁ ପଲଟି ପଡିଥିଲା। ମଧ୍ୟ ରାତିରେ ଘଟଣାଟି ଘଟିଯାଇଥିଲା ଫଳରେ ପରିବାର ଲୋକେ କିଛି ଜାଣିପାରି ନ ଥିଲେ, ସାରା ରାତି ଗାଡ଼ି ଭିତରେ ଚାପି ହୋଇ ରହିଥିଲେ ୪ ଜଣ ଯାକ, ଜୀବନ ବଞ୍ଚିବା ପାଇଁ ବହୁ ସଂଘର୍ଷ କରିଥିଲେ । କିନ୍ତୁ ବଞ୍ଚି ପାରିଲେ ନାହିଁ।ଆଉ  ସେହି ରାସ୍ତା ଦେଇ ସକାଳୁ ଯାଉଥିବା ଲୋକମାନେ ଦେଖି ପୋଲିସ,  ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ ଖବର ଦେଇଥିଲେ। ଖବର ପାଇ  ତିଗିରିଆ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ସଦଳବଳେ  ପହଞ୍ଚି  ଅଗ୍ନିଶମ ବିଭାଗ କର୍ମଚାରୀ  ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପଲଟି ପଡ଼ିଥିବା  ଗାଡ଼ି ଭିତରୁ ଚାପି ହୋଇ ରହିଥିବା ଲୋକଙ୍କୁ କଟର ସହାୟତା ରେ କାଟି  ଉଦ୍ଧାର କରି  ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।  ପଲଟି ଥିବା ଗାଡ଼ି ଭିତରେ  ଚାପି ହୋଇ ରହିଥିବା ଉଦ୍ଧାର ରାକେଶର ସାନଭାଇ ତପନ  ମଧ୍ୟସ୍ଥି ଦିଲ୍ଲୀପ, ରାମକୃଷ୍ଣ ଓ ଚାଳକ ତିଲୁ ଙ୍କୁ ଡାକ୍ତର ପି ସି ମହାନ୍ତି ମୃତ୍ୟୁ ବୋଲି ପ୍ରକାଶ କରିଥିଲେ। ଏହି ଘଟଣାରେ ସାରା ଅଞ୍ଚଳ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Leave A Reply