Odisha news

କଣାସ:ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

0

କଣାସ, ୩/୨ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ସାରା ରାଜ୍ୟରେ  ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ଆଜି କଣାସ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍ ସମ୍ମୁଖରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଞ୍ଚଳର କବି,ଲେଖକ,ସ୍ତମ୍ବକାର,ଗାଳ୍ପିକ,ସାମ୍ବାଦିକ,ସମାଜସେବୀ ତଥା ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ପ୍ରତିଭା ସମ୍ପନ୍ନ ଵେକ୍ତି ବିଶେଷଙ୍କୁ  ସମ୍ମାନୀତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଏବିଡ଼ିଓ ମଙ୍ଗଳ ସିଂ ହେମ୍ରମ,ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ସେହିପରି କଣାସ ବ୍ଲକ୍ ସମସ୍ତ ବିଦ୍ୟାଳୟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ମାନଙ୍କରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ(ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ) ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ  ସଙ୍ଗୀତ ‌”ବନ୍ଦେ ଉତ୍କଳ ଜନନୀ”  ସମୂହ ଗାନ କରାଯାଇଥିଲା। ଏହି ଉତ୍ସବରେ ସମସ୍ତ ଶ୍ରେଣୀର ପିଲାମାନଙ୍କ ଦ୍ଵାରା ପ୍ରସ୍ତୁତ ସ୍ବରଚିତ କବିତା, ଗଳ୍ପ ଏବଂ ଚିତ୍ରାଙ୍କନ ପ୍ରଦର୍ଶନ କରାଯାଇଥିଲା। ଗଳ୍ପକଥନ, କବିତା ଆବୃତ୍ତି ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ  ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Govt
Leave A Reply