Odisha news

ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ରେ ତାଲା ,ଦ୍ୱିତୀୟ ଦିନରେ ଆଲୋଚନା ବିଫଳ

0

ବାଲିତୁଠ୩୧/୧ ଏରସମା ବ୍ଲକ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ରେ ତାଲା ପଡିବା ଘଟଣା ଦ୍ୱିତୀୟ ଦିନରେ ପହଁଚିଛି ।ଗତ ମଙ୍ଗଳ ବାର ଦିନ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଆମ ଓଡ଼ିଶା ନବୀନ ଓଡିଶା ର ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବ୍ଲକ ଓ ପଞ୍ଚାୟତ ସ୍ତରୀୟ ବିଭିନ୍ନ ଅଧିକାରୀ ମାନେ ସରକାର ଙ୍କ ସଫଳ ରୂପାୟନ ଯୋଜନା ସମ୍ପର୍କରେ ମହିଳା ମାନ ଙ୍କୁ ସଚେତନତା କରିଥିଲେ ।ମାତ୍ର କାର୍ଯ୍ୟକ୍ରମ ଶେଷରେ ଖାଦ୍ୟ ନୀୟଣ୍ଟ ଯୋଗୁ ଏକ ଅଭାବନୀୟ ପରିସ୍ଥିତି ଉପୁଜି ଥିଲା ।ମହିଳା ମାନେ ପଞ୍ଚାୟତ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ ।ଘଟଣା ସ୍ଥଳ ରୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୟାବ ହୋଇଯାଇଥିଲେ ।ବୁଧବାର ଦିନ ଉକ୍ତ ଗ୍ରାମର ମହିଳା,ଏମ୍ବିକେ,ସି ଆର ପି,ଇସି ମାନେ ଉପସ୍ଥିତ ରହି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।ଘଟଣା ସ୍ଥଳରେ ସ୍ଥାନୀୟ ଅଭୟ ଚାନ୍ଦ ପୁର ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝି ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ।ପରେ ଉକ୍ତ ଧାରଣା ସ୍ଥଳ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ଶେଖର ଜେନା ପହଞ୍ଚି ଧାରଣା ରତ ମହିଳା ମାନଙ୍କ ସହିତ ଦୀର୍ଘ ଦୁଇ ଘଣ୍ଟା କାଳ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ଫିଟି ନ ଥିଲା ।ମହିଳା ମାନ ଙ୍କ କହିବା କଥା ଯେଉଁ ସରକାର ମା କୁ ସଂମ୍ମାନ ଦେଉଥିବା ଡିଣ୍ଡିମ ପିଟୁଛନ୍ତି ଏହା କଣ ତାର ନମୁନା ।ଯେ ପର୍ଯ୍ୟନ୍ତ ମା ମାନ ଙ୍କର ସଂମ୍ମାନ ଫେରାଇ ନାହାଁନ୍ତି ସେ ପର୍ଯ୍ୟନ୍ତ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପଡି ରହିବ ବୋଲି ମହିଳା ମାନେ କହିଛନ୍ତି ।ଦ୍ୱିତୀୟ ଦିନରେ ପଞ୍ଚାୟତ ତାଲା ପଡିଥିବା ବେଳେ ପଞ୍ଚାୟତ ରେ ରାଜନୀତିକ ଉଷ୍ମତା ପ୍ରକାଶ ପାଇଛି ।

Leave A Reply