Odisha news

ସମୁଦ୍ର ଗର୍ଭରେ ଲୀନ ହେବ ଢ଼ିଙ୍କିଆ ଚାରିଦେଶ

0

ବାଲିତୁଠ ୩୧/୧ଏରସମା  ତହସିଲ ଅଧିନ ଢ଼ିଙ୍କିଆ ଅଞ୍ଚଳ ବାସୀ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି।ପ୍ରତି ମୁହୂର୍ତ୍ତରେ ସମୁଦ୍ର ର ଢେଉ ମାଡି ଆସିବାର ଭୟ ।ଗତ କିଛିଦିନ ତଳେ ସମୁଦ୍ର ନୂଆ ମୁହାଣ ସିଧା କୂଳ ଲଙ୍ଘି ପାଖା ପାଖି ଶହେ ମିଟର ଭିତରକୁ ପଶି ଆସିବା ଫଳରେ ବିରାଟ ବିରାଟ ବାଲି ସ୍ତୁପ ର ଅତଡ଼ା ଖସୁଛି ।ଫଳରେ ଉପକୂଳ ବର୍ତ୍ତି ଅଂଚଳରେ ଥିବା ଝାଉଁ ଜଙ୍ଗଲ ରୁ ଗଛ ଉପାଡି ନେଉଛି ।ଯାହା ଗାଁ ଆଡକୁ ସମୁଦ୍ର ପାଣି ମାଡ଼ି ଆସିବାର ଆଶଙ୍କା ପ୍ରକାଶ ପାଇଛି ।ଗାଁ ଲୋକଙ୍କ ଅଭିଯୋଗ ଯେ ଗତ ମହା ବାତ୍ୟା ପରେ ନିକଟ ରେ ଗଢି ଉଠିଥିବା ବିଶ୍ଵଧନା ଗାର ଶିଳ୍ପାନୁଷ୍ଠାନ ର ଭିତ୍ତିଭୂମି ପାଇଁ ଜଟାଧାର ମୁହାଣ କୁ ଡ୍ରେଜିଙ୍ଗ କରାଯାଇ ବାଲି ପୋତେଇ କରାଯାଇଥିଲା ।ସେହି ଡ୍ରେଜିଙ୍ଗ ବାଲି  କୁ ଭରଣା କରିବା ପାଇଁ ସମୁଦ୍ର କୂଳ ଲଂଘୁଛି ।କୂଳ ର ବାଲି ପାହାଡ଼ ରୁ ବାଲି ଧୋଇ ନେଉଛି ।ଢ଼ିଙ୍କିଆ ଚାରିଦେଶର ତ୍ରିଲୋଚନପୁର ,ମା ହା ଳ ,ଯୋଗୀସାହି,ରାଜା ପଡ଼ା,ପାଟଣା,ଢ଼ିଙ୍କିଆ,ଗୋବିନ୍ଦପୁର, ନୂଆଗାଁ,ଗଡକୁଜଙ୍ଗ ଗ୍ରାମ ପ୍ରତି ବିପଦ ସୃଷ୍ଟି ହୋଇଛି ।ମା ହା ଳ ନିକଟ କର୍ତ୍ତି କନ୍ଧା ଟିକିରା ନିକଟରେ ପାରାଦୀପ ରୁ ଆସୁଥିବା ଦଶ ଫୁଟ ଉଚ୍ଚତା ବିଶିଷ୍ଟ ସର୍ଚ୍ଚ ପ୍ରୋଟେସନ ରୋଡ଼ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଗକୁ ବାଲି ସ୍ତୁପ ମାନ ଉକ୍ତ ଅଞ୍ଚଳ ଅଧିବାସୀ ଙ୍କ ଧନ ଜୀବନ ରକ୍ଷା କରିବାର ରକ୍ଷା କବଚ ହୋଇ ରହିଥାଏ ।ମାତ୍ର ଏହି ବି ସ୍ତୁପ ଜଟାଧାର ନୂଆ ମୁହାଣ ଗର୍ଭରେ ଲୀନ ହୋଇଗଲେ ଢ଼ିଙ୍କିଆ ଚାରିଦେଶ ସମୁଦ୍ର ଗର୍ଭରେ ଭାସି ଯିବାର ସମ୍ଭାବନା ସୃଷ୍ଟି ହୋଇଛି ।ପ୍ରତିଦିନ ବାଲି ସ୍ତୁପରୁ ଅତଡା ଖାଇବା ସହିତ ଝାଉଁ ଗଛ ଉପୁଡୁଥିବା ନଜର କୁ ଆସୁଛି ।ଉକ୍ତ ସମୁଦ୍ର ଉପକୂଳରେ ପଥର ବନ୍ଧ ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବି କରି ଆସୁଥିଲେ ମଧ୍ୟ ସରକାରୀ ସ୍ତରରେ  କେହି କର୍ଣ୍ଣପାତ କରୁ ନାହାଁନ୍ତି ।ସୂଚନା ଥାଉକି ଗତ କିଛି ବର୍ଷ ତଳେ କଂସାରୀ ପାଟିଆ ମୌଜା ନିକଟରେ ସମୁଦ୍ର କୂଳ ଲଙ୍ଘି ସମୁଦ୍ର ଲୁଣା ପାଣି ପଶି ଆସିଥିଲା ଫଳରେ ମାହାଳ,ତ୍ରିଲୋଚନପୁର, ରାଜା ପଡ଼ା ମୌଜାର ନିକଟରେ ଲୁଣା ପାଣି ପହଞ୍ଚି ଥିଲା ।ସେ ସମୟ ରେ ପୂର୍ବତନ ମନ୍ତ୍ରୀ ତଥା ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ଙ୍କ ପ୍ରଚେଷ୍ଟାରେ ବାଲି ବନ୍ଧ ନିର୍ମାଣ କରାଯାଇ ସମୁଦ୍ର ପାଣି କୁ ଅବରୋଧ କରାଯାଇଥିଲା ।ସମ୍ଭାବ୍ୟ ବାତ୍ୟା,ଲଘୁଚାପ,ସୁନାମି ପ୍ରବଣ ପ୍ରଭାବିତ  ଅଞ୍ଚଳ ଭାବରେ ଉକ୍ତ ଢ଼ିଙ୍କିଆ ଚାରିଦେଶ ସରକାରୀ ଭାବେ ଘୋଷଣା କରାଯାଇଥିବା ବେଳେ ଉକ୍ତ ଢ଼ିଙ୍କିଆ ଚାରିଦେଶର ପନ୍ଦର ହଜାର ରୁ ଉର୍ଦ୍ଧ୍ୱ ଲୋକଙ୍କ ଧନ ଜୀବନ ପ୍ରତି ସରକାର ଉଦାସୀନତା ପ୍ରକାଶ କରିଥିବା ଅଞ୍ଚଳ ର ବୁଦ୍ଧିଜୀବି ମାନେ ପ୍ରକାଶ କରିଛନ୍ତି ।ଏହି ଅଞ୍ଚଳ ବାସୀ ଙ୍କ ଧନ ଜୀବନ ସୁରକ୍ଷା ପାଇଁ ଉପକୂଳ ରେ ପଥର ବନ୍ଧ,ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି ଓ ବାଲି ସ୍ତୁପର ସୁରକ୍ଷା କର ନ ଗଲେ କେଉଁ ମୁହୂର୍ତ୍ତରେ ସମୁଦ୍ର ଆଁ ଢ଼ିଙ୍କିଆ ଚାରିଦେଶର ଗାଁ ବିଲୀନ ହୋଇଯିବ କହିହେଉ ନାହିଁ ।

Leave A Reply