Odisha news

୩ୟ ତମ ଅନ୍ତଃ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାନାଲ ବ୍ରହ୍ମପୁରର କେସି ଇଲେଭେନ ବିଜୟୀ, ରବିବାର ଫାଇନାଲ ମ୍ୟାଚ 

0
ବ୍ରହ୍ମପୁର :-ସ୍ଥାନୀୟ ଗୋସାଇଁନୂଆଗାଁ କେସି ହାଇସ୍କୂଲ ଖେଳ ପଡିଆ ଠାରେ କେସି ଇଲେଭେନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୩ୟ ତମ ଅନ୍ତଃ ରାଜ୍ୟସ୍ତରୀୟ ଟେନିସ ବଲ କ୍ରିକେଟ ମ୍ୟାଚର ଦ୍ୱିତୀୟ ସେମିଫାନାଲ ମ୍ୟାଚ ବ୍ରହ୍ମପୁର କେସି ଇଲେଭେନ ବନାମ ଗବର ଇଲେଭେନ ଦଶପଲ୍ଲା ମଧ୍ୟରେ  ଖେଳ ଅନୁଷ୍ଠିତ ହୋଇଥିଲା l ବ୍ରହ୍ମପୁର କେସି ଇଲେଭେନ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l ନିର୍ଦ୍ଧାରିତ ୧୫ ଓଭର ଖେଳି ୮ ଗୋଟି ୱକେଟ ହରାଇ ୧୯୬ ରନ କରିଥିଲେ l ଦଳ ପକ୍ଷରୁ ଭେଙ୍କେୟା ସତୀଶ ୨୪ ବଲ ଖେଳି ୪୪ ରନ ଓ ନୟନ ଆଚାର୍ଯ୍ୟ ୧୨ ବଲ ଖେଳି ୩୯ ରନ କରିଥିଲେ l ଗବର ଇଲେଭେନ ପକ୍ଷରୁ ବୋଲିଙ୍ଗରେ ବିଭୁ ଶଙ୍କର ୩ ଓଭର ପକାଇ ୨୭ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ଦଶପଲ୍ଲାର ଗବର ଇଲେଭେନ   ୧୨.୩ ଓଭର ଖେଳି ସମସ୍ତ  ୱକେଟ ହରାଇ ୧୨୪ ରନ କରିଥିଲେ l ଦଳ ପକ୍ଷରୁ ବିଭୁ ଶଙ୍କର ୨୬ ବଲ ଖେଳି ୪୯ ରନ କରିଥିଲେ l କେସି ଇଲେଭେନ ପକ୍ଷରୁ ବୋଲିଙ୍ଗରେ ଭେଙ୍କେୟା ସତୀଶ ୨.୩ ଓଭର ପକାଇ ୧୫ ରନ ଦେଇ ୫ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ କେସି ଇଲେଭେନ ୭୨ ରନରେ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଛି l କେସି ଇଲେଭେନ ପକ୍ଷରୁ ଭେଙ୍କେୟା ସତୀଶଙ୍କୁ ମେନ ଅଫ ଦା ମ୍ୟାଚ ଭାବେ ବିବେଚିତ ହୋଇଥିବା ବେଳେ l ଆଜିର ଏମ୍ପାୟାର ଭାବେ ଡ଼ି. ଲିଙ୍ଗରାଜୁ ଓ ଜି. ନବୀନ ମେଚ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଆଦିତ୍ୟ ପାଢ଼ୀ ଓ ଜଗନ୍ନାଥ ଚୌଧୁରୀ,କମେଣ୍ଟ୍ରି ଭାବେ ଶୁଭମ ପାତ୍ର ସହଯୋଗ କରିଥିଲେ l ଆଜିର ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ ପାଣିଗ୍ରାହୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ କରିବା ସହ ମେନ ଅଫ ଦା ମ୍ୟାଚ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କେସି ଇଲେଭେନ କ୍ରିକେଟ କ୍ଲବର ଶୁଭମ ପାତ୍ର,ବିଜୟ ପଟ୍ଟନାୟକ,ଲିପନ ପାଣିଗ୍ରାହୀ, ହରିହର ପାଢ଼ୀ, ବଳରାମ ପଣ୍ଡା, ଉପସ୍ଥିତ ରହି ଖେଳକୁ ସହଯୋଗ କରିଥିଲେ l ରବିବାର ଧୂଆଁଦାର ଫାଇନାଲ ମ୍ୟାଚ କେସି ଇଲେଭେନ ବନାମ ଲାଇନ୍ସ ଇଲେଭେନ ବ୍ରହ୍ମପୁର ମଧ୍ୟରେ ଖେଳ ଅନୁଷ୍ଠିତ ହେବ l
Leave A Reply