Odisha news

ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାକୁ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ

0
ଛତ୍ରପୁର, ୨୫ /୧ : ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନାକୁ ଲୋକ କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଶୁଭାରମ୍ଭ କରାଯାଇଛି l ରାଜ୍ୟର ବିଭିନ୍ନ ପଞ୍ଚାୟତ ମାନଙ୍କରେ ରାଜ୍ୟ ସରକାରଙ୍କ 10 ଟି ବିଭାଗର 15 ଟି ଯୋଜନା ବିଷୟରେ ସଚେତନତା କରାଯିବାର କାର୍ଯ୍ୟକ୍ରମ ରହିଛି | 2010 ମସିହାରେ ଗଞ୍ଜାମ ଜିଲ୍ଲାରୁ ହିଁ ମୁଖ୍ୟମନ୍ତ୍ରୀ ଲୋକକଳା ସଂଘ ଆରମ୍ଭ କରିଥିଲେ | ପରେ ରାଜ୍ୟ ରେ ସବୁ ଜିଲ୍ଲାରେ ସଂଘ ହୋଇଥିଲା | ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଭିସି ମଧ୍ୟ୍ୟମରେ ସନ୍ତୋଷ କୁମାର ପାଢ଼ୀ (ଉପସଭାପତି, ଗଞ୍ଜାମ ଜିଲ୍ଲା କଳାକାର ସଂଘ ) କଥା ହୋଇଥିଲେ | ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ ସହ ରହିଥିବା କହିଥିଲେ | ଏହି ଭିସି କାର୍ଯ୍ୟକ୍ରମରେ ଗଞ୍ଜାମ  ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧା କୃଷ୍ଣ ରାମ, ବିଭିନ୍ନ ଲୋକକଳାକାର ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
Leave A Reply