Odisha news

ମିଡଇଷ୍ଟ ହୋଟେଲରେ ଗ୍ରାହକଙ୍କୁ ନିମ୍ନମାନର ଖାଦ୍ୟ ପରସା : ଜିଲ୍ଲା ଖାଦ୍ୟ ନିରକ୍ଷକଙ୍କ ଚଢାଉ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାରେ ଏକ ଉତ୍ତମ ହୋଟେଲ ଓ ରେଷ୍ଟୁରାଷ୍ଟ ବୋଲି ଦାବିକରୁଥିବା ଚଣ୍ଡିଖୋଲ ସ୍ଥିତ ମିଡ ଇଷ୍ଟ ହୋଟେଲ ଏବେ ନିଜ ଖାଦ୍ୟର ଗୁଣବତ୍ତା ହରାଇ ଗ୍ରାହକଙ୍କୁ ଠକିବା ସହ ନିମ୍ନମାନର ଖାଦ୍ୟ ସାମଗ୍ରୀ ପରସୁଥିବା ଜିଲ୍ଲା ଖାଦ୍ୟ ନିରିକ୍ଷକଙ୍କ ଚଢାଉବେଳେ ଧରାପଡିଛି! ନିଜର ଆତ୍ମ ପ୍ରଚାରକରି ବାହାବା ନେଉଥିବା ହୋଟେଲ ମାଲିକ ନିଜ କର୍ମଚାରୀ ମାନଙ୍କ ସହଯୋଗରେ ହୋଟେଲରେ ଅତି ନିମ୍ନମାନର ରନ୍ଧା ଖାଦ୍ୟ ଓ ଏକ୍ସପାରି ତାରିଖ ଯିବାପରେ ଅନେକ ରକମର ବାହାରର ସୁଖିଲାଖାଦ୍ୟ ଓ ମୃଦୁ ପାନୀୟ ବିକ୍ରିକରୁଥିବା ଅଭିଯୋଗ ପାଇ ଯାଜପୁର ଜିଲ୍ଲା ଖାଦ୍ୟ ନିରିକ୍ଷକ ଓ ତାଙ୍କର ସ୍ୱତନ୍ତ୍ର ଟିମ ଉକ୍ତ ହୋଟେଲ ଉପରେ ଚଢାଉ କରିଥିଲେ! ଚଢାଉ ସମୟରେ ଗ୍ରାହକଙ୍କୁ ନିମ୍ନମାନର ଓ ବାସିଖାଦ୍ୟ ପରସା ଯାଉଥିବା କେତେକ ଗ୍ରାହକ ଅଭିଯୋଗ କରିଥିଲେ! ସତ୍ୟତା ଯାଞ୍ଚ ପାଇଁଏହିଟିମ ହୋଟେଲରେ ରନ୍ଧାହୋଇ ମହଯୁଦ ଥିବା ତିନି/ଚାରୋଟି ସାମଗ୍ରୀର ମାନଯାଞ୍ଚ ପାଇଁ ନମୁନା ସଂଗ୍ରହକରିଥିଲେ! ଏଥିସହ ଅଧିକ ଯାଞ୍ଚ ସମୟରେ ଅମୂଲ କମ୍ପାନୀ ଓ ଅନ୍ୟାନ୍ୟ କମ୍ପାନୀର ଏକ୍ସପାରି ତାରିଖ ଯାଇଥିବା ବହୁ ପରିମାଣର ମୃଦୁ ପାନୀୟ ହୋଟେଲ ଫ୍ରିଜ ଭିତରେ ମହଯୁଦ ରଖାଯାଇ ତାକୁ ଗ୍ରାହକମାନଙ୍କୁ ବିକ୍ରି କରାଯାଉଥିବା ଦେଖାଯାଇଥିଲା! ଖାଦ୍ୟ ଅନୁପଯୋଗୀ ସେହିସବୁ ମୃଦୁ ପାନୀୟକୁ ଚଢାଉ କରୁଥିବା ଟିମ ଜବତ କରି ପରେ ତାକୁ ନଷ୍ଟ କରିଦେଇଥିଲେ! ରନ୍ଧା ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ ପରେ ଉକ୍ତ ଟିମ ହୋଟେଲ ମାଲିକଙ୍କ ନାମରେ ନୋଟିସ ଯାରୀ କରିବା ସହ ହୋଟେଲରେ ଏପରି ଖାଦ୍ୟ ପରସାନେଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି!ଏହି ଚଢାଉରେ ଜିଲ୍ଲା ଖାଦ୍ୟ ନିରିକ୍ଷକଙ୍କ ସହ ୧୦ ଜଣିଆ ଟିମ ସାମିଲ ଥିଲେ! ଏହି ହୋଟେଲରେ ଶିଶୁ ଓ ନାବାଳକ ମାନଙ୍କୁ ବେଆଇନ ଭାବେ କଠିନ କାର୍ଯ୍ୟରେ ନିୟଜିତ କରାଯାଇଥିବା ଅଭିଯୋଗ ପାଇ ଜିଲ୍ଲା ଶ୍ରମ ଅଧିକାରୀ ଓ ତାଙ୍କ ଟିମ ଗତ କିଛିଦିନ ପୂର୍ବରୁ ଉକ୍ତ ହୋଟେଲ ଉପରେ ଚଢ଼ାଉ କରିଥିଲେ! ଚଢ଼ାଉ ବେଳେ ଦୁଜଣ ବାଳ ଶ୍ରମିକଙ୍କୁ ଠାବ କରାଯାଇଥିଲା ଓ।ହୋଟେଲ ମାଲିକଙ୍କୁ ନୋଟିସ ଯାରୀ କରାଯାଇଥିଲା! ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ଉକ୍ତ ହୋଟେଲ ଉପରେ ଚଢାଉ କରାଯିବା ଓ ହୋଟେଲ ମାଲିକଙ୍କ ଦ୍ୱାରା ହେଉଥିବା ବେଆଇନ କାମ ଧରାପଡିବା ପରେ ଏବେ ଗ୍ରାହକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି! ଏହି ହୋଟେଲ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ।ପାଇଁ ଜିଲ୍ଲାପାଳଙ୍କ ନିକଟରେ ସାଧାରଣରେ ଦାବି ହୋଇଛି!
Ad2
Leave A Reply