Odisha news

ସୈନ୍ଧବ ଲୀନର ପାଣିର ଚମତ୍କାର ଲାଭ : ଏହିସବୁ ରୋଗରୁ ଦୁରେଇ ରଖେ

0

ଆମେ ସାଧାରଣ ଭାବରେ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ ଓ ହାର୍ଟ ସମସ୍ୟା ବୃଦ୍ଧି ହୋଇଥାଏ l ଲୁଣ କୁ ଗୋଟିଏ ସୀମିତ ମାତ୍ରାରେ ସେବନ କରିବା ପାଇଁ ସବୁବେଳେ ନିର୍ଦେଶ ଦିଆଯାଇ ଥାଏ l ଅଧିକ ଲୁଣ ଖାଉଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ରୋଗ ଗ୍ରାସ କରିଥାଏ l କିନ୍ତୁ ସୈନ୍ଧବ ଲୁଣ ସମ୍ପୂର୍ଣ ଭାବରେ ପ୍ରାକୃତିକ ଅଟେ l ଏହା ଶରୀରର କୁ ବିଭିନ୍ନ ପ୍ରକାର ରୋଗ ଠାରୁ ଦୁରେଇ ରଖିଥାଏ l ଏହାକୁ ରକ ସ୍ଲଟ ବା ହିମାଳୟ ସ୍ଲଟ କୁହାଯାଇ ଥାଏ l ଆୟୁର୍ବେଦ ଅନୁସାରେ ସକାଳୁ ଯଦି ଖାଲି ପେଟରେ ସୈନ୍ଧବ ଲୁଣ ପାଣି ପିଇବେ ତେବେ ୧୦ଟି ମାରାତ୍ମକ ବ୍ୟାଧି ଠାରୁ ଦୁରେଇ ରହିବେ l

ସୈନ୍ଧବ ଲୁଣ ର ପାଣି ର ଚମତ୍କାର ଲାଭ -:
– ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ସୈନ୍ଧବ ଲବଣ ପାଣି ଖୁବ ଲାଭଦାୟକ ଅଟେ l ଖାଲି ପେଟରେ ସୈନ୍ଧବ ଲବଣ ପାଣି ପିଇବା ଦ୍ୱାରା ଷ୍ଟମାକ ଏସିଡ କୁ ବୃଦ୍ଧି କରିଥାଏ l ଯାହାଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିଥାଏ l ଏହାଦ୍ୱାରା ଅପଚ , ବ୍ଳଟିଙ୍ଗ, ଗ୍ୟାସ ଓ ପେଟ ଯନ୍ତ୍ରଣା ସମସ୍ୟା ଦୂର ହୋଇଥାଏ l
– ଶରୀର କୁ ଡ଼ିଟକ୍ସ କରିବାରେ ସୈନ୍ଧବ ଲୁଣ ଖୁବ ଗୁଣକାରୀ ଅଟେ l ଲିଭର ଓ କିଡ୍ନୀ ର କାର୍ଯ୍ୟ କ୍ଷମତା ବୃଦ୍ଧି କରିଥାଏ l ଏହାଦ୍ୱାରା ଶରୀରରୁ ଦୂଷିତ ବସ୍ତୁ ବାହାରିବାରେ ସାହାଯ୍ୟ ମିଳିଥାଏ l ଯାହାଦ୍ୱାରା ଅନେକ ପ୍ରକାର ରୋଗ ଦୂର ହୋଇଥାଏ l
– ଯଦି ଆପଣ ସୈନ୍ଧବ ଲୁଣ ର ପାଣି ସେବନ କରିବେ ତେବେ ମେଟାବୋଲିଯିମ ସ୍ତର ବୃଦ୍ଧି ହୋଇଥାଏ l ମେଟାବୋଲିଯିମ ବୃଦ୍ଧି ହେବା ଦ୍ୱାରା ଓଜନ ହ୍ରାସ ଦ୍ରୁତ ବେଗରେ ହୋଇଥାଏ l ଏହାଦ୍ୱାରା ଫ୍ୟାଟ ଦ୍ରୁତ ବେଗରେ ହ୍ରାସ ହୋଇଥାଏ l
– NCBI ର ସୂଚନା ଅନୁସାରେ ରସାଇନଧବ ଲୁଣ ରେ ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ମଗ୍ନେଶୀୟମ ଓ ଆଇରନ ଭଳି ୮୪ ପ୍ରକାର ଖଣିଜ ରହିଛି l ଏହାଦ୍ୱାରା ଶରୀରର ଇଲେକ୍ଟ୍ରୋଲାଇଟ୍ସ ସନ୍ତୁଳିତ ରହିଥାଏ l ଗ୍ରୀଷ୍ମ ଋତୁରେ ଶରୀରରେ ଇଲେକ୍ଟ୍ରୋଲାଇଟ୍ସ କମିବା ଦ୍ୱାରା ଥକା ଲାଗିଥାଏ l
– ସୈନ୍ଧବ ଲାବନ ସେବନ ଦ୍ୱାରା ମାନସିକ ସମସ୍ୟା ଦୂର ହୋଇଥାଏ l ଏହାକୁ ସେବନ କରିବା ଦ୍ୱାରା ମାନସିକ ଉତେଜନା ଦୂର ହୋଇଥାଏ, ଷ୍ଟ୍ରେସ ଭଳି ସମସ୍ୟାରୁ ଆରାମ ମିଳିଥାଏ l
– ଫୁସଫୁସ ଶରୀରର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ l ସୈନ୍ଧବ ଲବଣ ପାଣି ନିୟମିତ ସେବନ କରିବା ଦ୍ୱାରା ଫୁସଫୁସ ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ଓ ସୁସ୍ଥ ରହିଥାଏ l
– ଏମିତିରେ ଆମେ ଶୁଣିଛୁ ଲୁଣ ହାଡ଼କୁ କ୍ଷତି କରିଥାଏ, କିନ୍ତୁ ସୈନ୍ଧବ ଲୁଣ ମଣିଷ ଶରୀରର ହାଡ଼କୁ ଷ୍ଟ୍ରଙ୍ଗ କରିଥାଏ l ତେଣୁ ଆର୍ଥ୍ରାଇଟିସ ସମସ୍ୟାରେ ଗତି କରୁଥିଲେ ସୈନ୍ଧବ ଲୁଣ ପାଣି ନିୟମିତ ସେବନ କରନ୍ତୁ l
– ଝାଡ଼ାବାନ୍ତି ରେ ପୀଡିତ ହେବା ଦ୍ୱାରା ଡି- ହାଇଡ୍ରେସନ ସମସ୍ୟା ଦେଖା ଦେଇଥାଏ l ଏହି ସମୟରେ ସୈନ୍ଧବ ଲବଣ ପାଣି ସେବନ କରନ୍ତୁ, ଏହାଦ୍ୱାରା ଖୁବ ଆରାମ ମିଳିବ l
– ସୈନ୍ଧବ ଲବଣ ପାଣି ଶରୀରର ପିଏଚ ଲେବୁଲ କୁ ସନ୍ତୁଳନ ରଖିଥାଏ l
– ସୈନ୍ଧବ ଲୁଣ ର ପାଣି ତ୍ୱଚା [ପାଇଁ ଖୁବ ହିତକର ଅଟେ ଓ ସ୍କିନ କୁ ଡିଟକ୍ସ କରିବାରେ ସାହାଯ୍ୟ କରେ l

Nalco
Leave A Reply