• ୧୬ରେ ଡିଭିଜନସ୍ତରୀୟ କାର୍ୟ୍ୟକ୍ରମ
• ୨୪ ରେ ଜିଲ୍ଲାସ୍ତରୀୟ ଓ ୩୦ରେ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ
• ପାଣି ପଞ୍ଚାୟତ ରଥ ପରିଭ୍ରମଣ ଓ ପ୍ରଦର୍ଶନୀ ଜରିଆରେ ସୂଚନା, ଶିକ୍ଷା, ଯୋଗାଯୋଗ ଏବଂଜଳର ବ୍ୟବହାରିକ ପରିବର୍ତ୍ତନ ସଂପର୍କିତ ବାର୍ତ୍ତାର ପ୍ରଚାର
ଭୁବନେଶ୍ଵର, ୧୬ ଜାନୁଆରୀ, ୨୦୨୪
ରାଜ୍ୟରେ ଜଳସଂପଦ ବିଭାଗ ଆନୁକୂଲ୍ୟରେ ଜାନୁଆରୀ ୧୬ରୁଜାନୁଆରୀ୩୦ ତାରିଖ ପର୍ୟ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ-୨୦୨୪ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପାଣି ପଞ୍ଚାୟତ ପକ୍ଷର ପ୍ରଥମ ପର୍ୟ୍ୟାୟରେଆସନ୍ତା କାଲିଜାନୁଆରୀ ୧୬ ତାରିଖରେ ରାଜ୍ୟରେ ଥିବା ବୃହତ୍, ମଧ୍ୟମ,କ୍ଷୁଦ୍ର ଏବଂ ଉଠା ଜଳସେଚନ ଅନ୍ତର୍ଭୁକ୍ତ ୧୧୭ଟି ଜଳସେଚନ ଡିଭିଜନରେ ଡିଭିଜନସ୍ତରୀୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରିଆଗାମୀ ଜାନୁଆରୀ ୨୪ତାରିଖରେ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମ ଓ ଜାନୁଆରୀ ୩୦ ତାରିଖରେ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ବିଭାଗ ତରଫରୁ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତ ଓ କୃଷକମାନଙ୍କର ମୂଲ୍ୟବାନ ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରିବାରେ ପାଣି ପଂଚାୟତ ପକ୍ଷ ସୁଯୋଗ ପ୍ରଦାନ କରିଥାଏ ।
ବିଭିନ୍ନ ଡିଭିଜନ ସ୍ତରରେ ଆରମ୍ଭ ହେବାକୁ ଥିବା ପାଣି ପଂଚାୟତ ପକ୍ଷ ପାଳନର ଶୁଭାରମ୍ଭ କାର୍ୟ୍ୟକ୍ରମରେ ମାନ୍ୟବର ମନ୍ତ୍ରୀମାନେସ୍ଥାନୀୟ ସାଂସଦ, ବିଧାୟକ, ନିର୍ବାଚିତ ପଂଚାୟତିରାଜ ତଥା ପୌରାଂଚଳ ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ପାଣି ପଞ୍ଜାୟତ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି।
ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଦ୍ୟାଳୟରଛାତ୍ରଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରିପାଣି ପଞ୍ଚାୟତ ସମବେଶ,ସୂଚନା, ଶିକ୍ଷା ଓ ଯୋଗାଯୋଗ, ଜଳର ସାମାଜିକ ବ୍ୟବହାରିକ ପରିବର୍ତ୍ତନ ଆଦି ସଂପର୍କିତ କାର୍ୟ୍ୟକ୍ରମକୁ ନେଇ ପ୍ରଦର୍ଶନୀ, ପାଣି ପଂଚାୟତ ରଥ ପରିଭ୍ରମଣ ଜରିଆରେ ସୂଚନା ପ୍ରଦାନ ଓ ସଚେତନତା ବାର୍ତ୍ତା ଆଦିର ପ୍ରଚାର ପ୍ରସାର ବ୍ୟାପକ ଭାବେ କରାଯିବ ।ପୁସ୍ତିକା ବଣ୍ଟନ, ବ୍ୟାନର ଓ ଲୋଗୋ ପ୍ରଦର୍ଶନ, ସ୍ଲୋଗାନ, ଟ୍ୟାଗ୍ ଲାଇନ୍ ବ୍ୟବହାର ସହ, ସଙ୍ଗୀତ, ଶପଥ ପାଠ ଇତ୍ୟାଦି କାର୍ୟ୍ୟକ୍ରମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।
ପ୍ରକାଶ ଥାଉକି, ୧୯୯୫-୨୦୦୨ମସିହାରେ ରାଜ୍ୟରେ ପ୍ରାୟ ୭୦୦ ଟି ଜଳ ଉପଭୋକ୍ତା ସଂଘ ଥିବା ବେଳେ ଏବେ ଗଠିତ ୩୯,୨୮୯ରୁ ଅଧିକ ପାଣି ପଞ୍ଚାୟତକୁ ନେଇ ରାଜ୍ୟରେ ପାଣି ପଞ୍ଚାୟତ ଆନ୍ଦୋଳନ ବହୁ ଆଗକୁ ବଢିଛି ।ଇତିମଧ୍ୟରେ ଓଡ଼ିଶା ପାଣି ପଞ୍ଚାୟତ ଆଇନ, ୨୦୦୨ରେ ସଂଶୋଧନ କରାଯାଇ ଏଥିରେ କିପରି ଅଧିକରୁ ଅଧକରୁ କୃଷକମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ପାଣି ପଞ୍ଚାୟତ ଗଠନ; ପାଣି ପଂଚାୟତରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଚାଷ ଜମି ଥିବା କୃଷକଙ୍କ ଜୀବନସାଥୀଙ୍କୁ ଅନ୍ତର୍ଭୁକ୍ତ କରିବା ଇତ୍ୟାଦି ରହିଛି । ଜଳ ସଂପଦ ବିଭାଗରେ ପାଣି ପଞ୍ଚାୟତର ସଠିକ୍ କାର୍ୟ୍ୟକାରିତା ଏବଂ କ୍ଷେତ୍ର ପ୍ରଣାଳୀ ଭଳି ଭିତ୍ତିଭୂମିର ରିଅଲ ଟାଇମ୍ ମନିଟରିଂ ପାଇଁ ଆରମ୍ଭ ହୋଇଥିବା ୱେବ୍ ଏବଂ ମୋବାଇଲ ଆପ୍ ଆଧାରିତ ଆପ୍ଲିକେସନ୍ ଇ-ସିଏଡି ସେଚାଂଚଳରେ ଜଳ ବ୍ୟବହାର ତଥା ଜଳ ପରିଚାଳନାକୁ ସହଜ କରିବା ସହିତ ବ୍ୟବସ୍ଥାରେ ଉନ୍ନତି ଆଣିଛି ।
ଜଳବାୟୁସହନଶୀଳକୃଷିପାଇଁଓଡ଼ିଶାସମନ୍ୱିତପ୍ରକଳ୍ପ (ଓଆଇଆଇପିସିଆରଏ) ଭଳିପ୍ରକଳ୍ପମାଧ୍ୟମରେମଧ୍ୟ ଫସଲଉତ୍ପାଦନରେଉନ୍ନତିଆଣିବା,ଜଳବାୟୁକୁ ସୁହାଇଲା ଭଳି ସହନଶୀଳ କୃଷି ପଦ୍ଧତି ଏବଂ ଜ୍ଞାନକୌଶଳର ଉପଯୋଗ,ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଫସଲ ବିବିଧିକରଣକୁ ଆପଣାଇବା, ଜଳର ଦକ୍ଷ ବ୍ୟବହାର ପୂର୍ବକଉତ୍ତମ ଗୁଣବତ୍ତା, ଉତ୍ତମ ଅମଳ ଏବଂ ଜଳବାୟୁ ସହନଶୀଳ ବିହନ ଇତ୍ୟାଦିର ବ୍ୟବହାର ଆଦିକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ପାଣିପଞ୍ଚାୟତ କାର୍ୟ୍ୟକାରୀ ନିମନ୍ତେ ପଦକ୍ଷେପ ନିଆଯାଇଛି ।ଏହି ପ୍ରୟାସ ମଧ୍ୟ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ।
ନିକଟ ଅତୀତରେ ଅନେକ ବଡ଼ ବଡ଼ ଜଳସେଚନ ଭିତ୍ତିଭୂମି ପ୍ରକଳ୍ପ ଯଥା-କଳାହାଣ୍ଡି ଜିଲ୍ଲାକୁ ଉପକୃତ କରୁଥିବା ଉପର ଇନ୍ଦ୍ରାବତୀ ଲିଫ୍ଟ କେନାଲ, ଲୋୟର ଇନ୍ଦ୍ରା ଦ୍ୱାରା ଉପକୃତ ହେଉଥିବା ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲା; ମୟୂରଭଞ୍ଜ ଜିଲ୍ଲାକୁ ଉପକୃତ କରୁଥିବା ଦେଓ ଜଳସେଚନ ପ୍ରକଳ୍ପ, ତେଲେଙ୍ଗିର ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିବା କୋରାପୁଟ ଜିଲ୍ଲା,ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଉପକୃତ କରୁଥିବା ହଳଦିଆ ସମେତ ସୁବର୍ଣ୍ଣରେଖା ପ୍ରକଳ୍ପ , ସୁନ୍ଦରଗଡ଼ ଜିଲ୍ଲାକୁ ଉପକୃତ କରୁଥିବା ରୁକୁରା ଓ କଳାହାଣ୍ଡି ଜିଲ୍ଲାକୁ ଉପକୃତ କରୁଥିବା ରେତ୍ ଜଳସେଚନ ପ୍ରକଳ୍ପ ରାଜ୍ୟ ପାଇଁ ସମର୍ପିତ କରାଯାଇଛି। ଅନ୍ୟ କେତେକ ପ୍ରମୁଖ ଭିତ୍ତିଭୂମି ସମେତ ଏହି ପ୍ରକଳ୍ପଗୁଡ଼ିକ ମିଳିତ ଭାବେ ୩.୬୪ ଲକ୍ଷ ଏକର (୧.୪୭ ଲକ୍ଷ ହେକ୍ଟର) ଜମିକୁ ଜଳସେଚନ ପ୍ରଦାନ କରିବା ସହ ରାଜ୍ୟର କୃଷକମାନଙ୍କୁ ସେମାନଙ୍କ କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରିବାରେ ସହାୟକ ହେଉଛି । ୨୦୨୧-୨୨ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ସେଚାଞ୍ଚଳ ବିକାଶ(କମାଣ୍ଡ ଏରିଆ ଡେଭେଲପମେଣ୍ଟ) ପାଇଁ ରାଜ୍ୟ ପାଣ୍ଠିରୁ ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।