ନୂଆପଡ଼ା -୧୪/୦୧ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ମଧ୍ୟାହ୍ନ ରେ କୋମନା ଥାନ ମାନିଗୁଡ଼ା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୩୫୩ ଉପରେ ଖରିଆର ରୋଡ ରୁ ବଲାଙ୍ଗୀର ଚାଲୁ ଥିବା ସରକାରି ଯାତ୍ରୀବାହୀ ବସ ଓ ଏକ ସ୍କୋରପିଓ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିର ୧୪ ଜଣ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇ ଥିବା ବେଳେ ୧୦ ଜଣ ଗୁରୁତର ଙ୍କୁ ଜିଲ୍ଲା ଚିକିତ୍ସାଲୟ ରେ ଚିକିତ୍ସିତ ହେଉଛନ୍ତି। ୪ଜଣ ବସ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ରୁ ସେମାନଙ୍କୁ ତରବୋଡ ଠାରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଛି। ବସ ର ୪ଜଣ ଓ ସ୍କୋରପିଓ ର ୬ଜଣ ଗୁରୁତର ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଲୟ କୁ ଏମ୍ବୁଲାନ୍ସ ଯୋଗେ ଅଣା ଯାଇଥିଲା। ସ୍କୋରପିଓ ଗାଡି ରେ ବନ ବିହାଗ ର କର୍ମଚାରି ଛ ଜଣ ବସିଥିଲେ, ସେମାନେ ହେଲେ ଗୋପାଳ ମହାନନ୍ଦ, ଖଗେଶ୍ୱର ଦୁରିଆ, ତ୍ରିବିକ୍ରମ ନାଏକ୍, କନ୍ଦର୍ପ ସୁନାନି, ରାଜେଶ ହରିଜନ ଓ କୁଞ୍ଜ ବାଗ ବୋଲି ଜଣାପଡିଛି।