Odisha news

ଜିଏସ୍ଟି ଠକେଇ ଅଭିଯୋଗରେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ୮ଗୋଟି ସ୍ଥାନରେ ଚଢଉ

0

ବାରିପଦା,  : ଜିଏସ୍ଟି ଠକେଇ ମାମଲାରେ ବାରିପଦା ସହରର ଜୈନିକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ୮ ଗୋଟି ବ୍ୟବସାୟ ପ୍ରତିଷ୍ଠାନରେ ଶୁକ୍ରବାର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଲକ୍ଷାଧିକ ଟଙ୍କାର ଠକେଇ ନେଇ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ସିଟି ଏବଂ ଜିଏସଟି ପ୍ରବର୍ତ୍ତନ ବିଭାଗ ସଦଲବଳେ ଚଢ଼ାଉ କରିଛନ୍ତି । ବାରିପଦା ସହରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ଗୋଟି ସ୍ଥାନରେ ଏକ ସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକଙ୍କ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ସିଟି ଏବଂ ଜିଏସଟି ପ୍ରବର୍ତ୍ତନ ବିଭାଗ ପକ୍ଷରୁ ସଂପୃକ୍ତ ଲୁଗା ବ୍ୟବସାୟୀଙ୍କ ବାରିପଦା ସହରରେ ଥିବା ୫ଟି ଲୁଗା ଦୋକାନ, ବାସଗୃହ, ପେଟ୍ରୋଲ ପମ୍ପ, କଲ୍ୟାଣ ମଣ୍ଡପ, ଅଟୋପାର୍ଟସ ଦୋକାନ ଆଦିରେ ଏକ ସଙ୍ଗରେ ତଦନ୍ତ ଆରମ୍ଭ ହୋଇଛି । ଏଥିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଏସଟି ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି ବୋଲି ମୟୂରଭଞ୍ଜ ଜିଲ୍ଲାର ଡେପୁଟି କମିଶନର କହିଛନ୍ତି । ଯାଞ୍ଚ ଜାରି ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିବା ସହ ଟ୍ୟାକ୍ସ ଠକେଇ ଅଭିଯୋଗ ନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

 

Leave A Reply