Odisha news

ଆତ୍ମ ନିର୍ଭରଶୀଳ ଭାରତ ଗଠନରେ ମହିଳା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ 

0
କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମପଞ୍ଚାୟତ ଓ କୁରୁଜଙ୍ଗ ଗ୍ରାମପଞ୍ଚାୟତର ୩ଗୋଟି ସ୍ଥାନରେ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ କୃଷକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣର ସ୍ଥିତିକୁ ନେଇ ସମୀକ୍ଷା, ଏହାର ସଫଳ ରୂପାୟନ ଓ ଏହାର ସଫଳ କାର୍ଯ୍ୟକାରିତା ଦିଗରେ ଆଲୋକପାତ କରିଛନ୍ତି। ଖବରରୁ ପ୍ରକାଶ ଯେ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ଦର୍ଶନ ସାରି ମହାମହିମ ରାଜ୍ୟପାଳ ରଘୁବର ଦାସ ପୂର୍ବାହ୍ନ ୧୧ଟାରେ କୋଣାର୍କ – କାକଟପୁର ରାସ୍ତାର ସୁଆର ଗ୍ରାମ ର ବିରଜାଇ ଠାକୁରାଣୀଙ୍କ ପୀଠରେ ପହଞ୍ଚିଥିଲେ। ସେଠାରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଦାସଙ୍କୁ କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ପରେ ସେଠାରେ କୃଷି ଓ କୃଷକ କଲ୍ୟାଣ ସମ୍ବନ୍ଧୀୟ ବୈଠକରେ ନିକଟସ୍ଥ ସୁଆର, କୋତାଂଗ ଓ ଆରୁହାଁ ଗ୍ରାମର ୨୦୦ରୁ ଊର୍ଦ୍ଧ୍ବ କୃଷକ ଓ ଗ୍ରାମବାସୀଙ୍କ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ କହିଛନ୍ତି ଯେ ଆତ୍ମ ନିର୍ଭର ଗ୍ରାମ ହେଉଛି ଆତ୍ମ ନିର୍ଭରଶୀଳ ଭାରତର ଆଧାର। କୃଷକ ମାନଙ୍କ ଅବଦାନ ଓ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ।  କେନ୍ଦ୍ର ସରକାରଙ୍କ ଯୋଜନାରେ ସାମିଲ ହୋଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାକୁ ପୁରୀ ଜିଲ୍ଲା କୋଣାର୍କ ଥାନା ଅଧିନସ୍ଥ ସୁଆର ଗ୍ରାମରେ କୃଷକ ଓ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି। ଏହାପରେ କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର ଐଶାଣେଶ୍ଵର ପୀଠରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କୁରୁଜଙ୍ଗ ମହିଳା ମହାସଂଘ ପକ୍ଷରୁ ରାଜ୍ୟପାଳ ରଘୁବର ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କ ଐଶାଣେଶ୍ଵର ମହାଦେବଙ୍କ ପୂଜାର୍ଚ୍ଚନା ଓ ଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ମହିଳା ମହାସଂଘର ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଶ୍ରୀଯୁକ୍ତ ଦାସ କହିଲେ ଯେ ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତି l  ବଜାର ଚାହିଦା ମୁତାବକ ଉତ୍ପାଦ ସହ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ମାନ୍ୟବର ରାଜ୍ୟପାଳ ରଘୁବର ଦାସ କୁରୁଜଙ୍ଗ ଗ୍ରାମପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ବାର୍ତ୍ତାଳାପରେ ପରାମର୍ଶ ଦେଇଛନ୍ତି। ପରେ ପରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର କୁଞ ଗ୍ରାମ ପରିଦର୍ଶନରେ ଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ମାନଙ୍କ ପକ୍ଷରୁ ନିର୍ମିତ ଗୃହ ବୁଲି ଦେଖିଥିଲେ। ଏହି ପରିପ୍ରେକ୍ଷୀରେ ସଠିକ ଭାବେ ଗୃହ ନିର୍ମାଣ ନ ହେବା ଓ ତରବରିଆ ଭାବେ ଆବାସ ଯୋଜନାର ଲୋଗୋ ନ ଥାଇ ପୁରୁଣା ଗୃହକୁ ନୂଆ ଗୃହ ଭାବେ ଦର୍ଶାଯାଇଥିବା ଦେଖି ମହାମହିମ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶରତ ଚନ୍ଦ୍ର ମହାପାତ୍ର, କାକଟପୁର ବ୍ଲକ ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ ଓ କୁରୁଜଙ୍ଗ ସରପଞ୍ଚ ପ୍ରମୁଖଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରି ଭବିଷ୍ଯତରେ ଏଭଳି ଭୂଲ ନ ହେବା ପାଇଁ ତାଗିଦ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳଙ୍କ ବ୍ଯକ୍ତିଗତ ସଚିବ ହିମାଂଶୁ ପଟ୍ଟନାୟକ, କାକଟପୁର ବ୍ଲକ ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ କାକଟପୁର ତହସିଲଦାର ଅଙ୍କିତା ଅନିନ୍ଧିତା ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଗ୍ରସ୍ତ ଅବସରରେ ପିପିଲି ଏସଡିପିଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ କୋଣାର୍କ ଓ ରାମଚଣ୍ଡୀ ଥାନା ଅଧିକାରୀଙ୍କ  ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।
Ad2
Leave A Reply