ବାରିପଦା : ବିଜୁ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ନେଇ ଆଜିକୁ ପ୍ରାୟ ୨୬ବର୍ଷ ତଳେ ୨୬ଡ଼ିସେମ୍ବର ୧୯୯୭ ମସିହାରେ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା । ଇତି ମଧ୍ୟରେ ଦଳ ନିରଙ୍କୁଶ ଭାବେ ସବୁଥର ନିର୍ବାଚନ ଜିତି ୨୩ବର୍ଷ ଧରି ରାଜ୍ୟରେ ସରକାରରେ ରହିଆସିଛି । କେବଳ ସେତିକି ନୁହଁ ଏହା ଏକ ସାମାଜିକ ଆନେ୍ଦାଳନର ରୂପ ନେଇଛି କହିଲେ ଅତୁ୍ୟକ୍ତି ହେବନାହିଁ । ରକ୍ତଦାନ ଠାରୁ ଆରମ୍ଭ କରି କୌଣସି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦଳର କର୍ମୀମାନେ ଆଗକୁ ଆସି ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି । ତେବେ ଓଡ଼ିଶା ରାଜନୀତି ଇତିହାସରେ ବିଜୁ ଜନତା ଦଳକୁ ସବୁଠାରୁ ସଫଳ ଦଳ କହିଲେ କିଛି ଅତୁ୍ୟକ୍ତି ହେବନାହିଁ । ତେବେ ଏହି ପରିପ୍ରେକ୍ଷୀରେ ଗତକାଲି ମୟୂରଭଞ୍ଜ ଜିଲ୍ଲା ବିଜେଡି ପକ୍ଷରୁ ଏହାର ୨୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦଳର ନେତା କର୍ମୀମାନେ ପ୍ରଥମେ ବିଜୁ ପଟ୍ଟନାୟକ ଗୋଲାଇ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ବିଜୁ ଭବନ ଠାରେ ଆୟୋଜିତ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଗଣଶିକ୍ଷା ଓ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାଃ ଦେବାଶିଷ ମାର୍ଣ୍ଡି, ଆମ ଓଡ଼ିଶା ନବୀନ ଓଡିଶାର ଜିଲ୍ଲା ସଂଯୋଜକ ସୁନୀଲ ଦାଶ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ବାରିପଦା ନିର୍ବାଚନୀ ମଣ୍ଡଳୀ ସଂଯୋଜକ ପ୍ରଭାତ ନାୟକ, ବାରିପଦା ପୌରପାଳିକା ଉପନଗରପାଳ ସୀମା ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ଦୀପ୍ତିଲତା ମିଶ୍ର, ଯୁବ ସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ କୁମାର ନାୟକ, ବାରିପଦା ସହର ସଂଯୋଜକ ନୀରଜ ସାହୁ, ବାରିପଦା ବ୍ଲକ ଅଧକ୍ଷ ସୁନ୍ଦର ସିଂ, ଖୁଣ୍ଟା ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ଦଳର ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ବେହେରା, ସରୋଜ ବୋଷ, ଅନନ୍ତ ଦାସ, ପ୍ରଭାତ ମହାନ୍ତି, କାଉନ୍ସିଲର ସୁକେଶୀନି ସେଠୀ, ପୂଜା ତରେଇ, ଅମ୍ବିକା ସାହୁ, ପ୍ରଶାନ୍ତ ବେହେରା, ମୂର୍ଚ୍ଛନା ମହାନ୍ତି, ପ୍ରଭାତୀ ପୃଷ୍ଟି, ଶ୍ରୀମନ୍ତ ମୁର୍ମୁ, ଦୀପ୍ତିରାଣୀ ପଟ୍ଟନାୟକ, ସବିତା ପାଲ୍, ଦିଗ୍ ବିଜୟ ହାଁସଦାଃ, କୁମାର ମୁଖୀ, ସୁଧୀର ବାରିକ, ତ୍ରିଲୋକେଶ ପଣ୍ଡା, ଦେବାଶିଷ ପାତ୍ର, ଶିବ ଶଙ୍କର ପାତ୍ର, ଜିତା ସିଂ, ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରାଜୀବ ଜେନା, ମହିଳା ସହର ସଭାପତି ସୁରଭି ଦାସ, ନାରୀନେତ୍ରୀ ଶ୍ରାବଣୀ ଦାସ, ସବିତା ବେହେରା, ସମ୍ପା ମଜୁମ୍ଦାର, ଛାତ୍ରନେତା ଦିବ୍ୟବ୍ରତ ମହାନ୍ତି, ଆଶୀର୍ବାଦ ଦାସ ଓ ଆଭାସ ଦେ ପ୍ରମୁଖ ଉପସ୍ଥିତ ଥିଲେ ।