Odisha news

ମାଛଚାଷୀଙ୍କୁ ଆଗୁଆ ଉନ୍ନତ ମାନର ମାଛ ଜାଆଁଳ ଯୋଗାଇ ଦିଆଯାଉଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ

ରାଜ୍ୟବ୍ୟାପୀ ମାଛ ଜାଆଁଳ ହ୍ୟାଚେରୀର ନେଟ୍‍ଓ୍ୱାର୍କ ସ୍ଥାପନ ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱ

0

ଭୁବନେଶ୍ୱର, ଡିସେମ୍ବର ୨୧, ୨୦୨୩ : ରାଜ୍ୟ ସରକାରଙ୍କ ସମୟୋପଯୋଗୀ ମତ୍ସ୍ୟନୀତି ଏବଂ ଅଭିନବ ପଦକ୍ଷେପ ଯୋଗୁ ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରିଗୁଣ ବୃଦ୍ଧି ପାଇ ୨୦୨୨-୨୩ ମସିହରେ ୧୦ ଲକ୍ଷ ଟନ୍‍ରୁ ଊର୍ଦ୍ଧ୍ୱର୍ରେ ପହଞ୍ଚିଛିା ରାଜ୍ୟରେ ବର୍ଷିକ ମୁଣ୍ଡପିଛା ମାଛ ଆହରଣ ଗତ ୨୩ ବର୍ଷ ମଧ୍ୟରେ ୭.୭୧ କେଜିରୁ ୧୭.୭୩ କେଜିକୁ ବୃଦ୍ଧି ପାଇଛିା ମାଛଚାଷର ବିକାଶ ପାଇଁ ବିଭାଗ ପକ୍ଷରୁ ମାଛଚାଷୀଙ୍କୁ ଗୁଣାତ୍ମକ ମାଛ ଜାଆଁଳ ଯୋଗାଇଦେବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛିା ଏଥି ପାଇଁ ରାଜ୍ୟବ୍ୟାପୀ ମାଛ ଜାଆଁଳ ହ୍ୟାଚେରୀର ନେଟ୍‍ଓ୍ୱାର୍କ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଛିା ଏଥି ପାଇଁ ପ୍ରତି ବ୍ଲକ୍‍ରେ ମାଛ ଜାଆଁଳ ହ୍ୟାଚେରୀ ସ୍ଥାପନ ସହିତ ଅଚଳ ହୋଇପଡ଼ିଥିବା ସରକାରୀ ମାଛ ହ୍ୟାଚେରୀଗୁଡ଼ିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା
ଆଜି ଭୁବନେଶ୍ୱରଠାରେ ମାଛ ଜାଆଁଳ ହ୍ୟାଚେରୀ ଅଂଶୀଦାରମାନଙ୍କ ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଉଦ୍‍ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟରେ ଋତୁକାଳୀନ ଓ ଆଗୁଆ ମାଛ ଜାଆଁଳ ଉତ୍ପାଦନ କାର୍ଯ୍ୟକ୍ରମରେ ପ୍ରାୟ ୧୦୯୪ କୋଟି ଗୁଣ୍ଡ ଜାଆଁଳ ଉତ୍ପାଦନ କରାଯାଇପାରୁଛିା ଗୁଣ୍ଡ ଜାଆଁଳରୁ ଉନ୍ନତ ମାନର ଫ୍ରାଏ ଓ ଆଙ୍ଗୁଳିକା ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାର ଜାଆଁଳ ଉତ୍ପାଦନକାରୀ ନେଟ୍‍ଓ୍ୱାର୍କ ଯୋଜନା ପ୍ରଣୟନ କରିଛନ୍ତିା ଏଥିରେ ଜାଆଁଳ ଉତ୍ପାଦନକାରୀଙ୍କୁ ଇନ୍‍ପୁଟ୍‍ ସହାୟତା ଯୋଗାଇ ଦିଆଯାଉଛିା ଚଳିତ ବର୍ଷ ରାଜ୍ୟରେ ୨୯୬ କୋଟି ଫ୍ରାଏର ଆବଶ୍ୟକତା ଥିବାବେଳେ ରାଜ୍ୟରେ ୩୧୦ କୋଟି ଫ୍ରାଏ ଉତ୍ପାଦନ କରିବାରେ ସମର୍ଥ ହୋଇ ଜାଆଁଳ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତିା ମନ୍ତ୍ରୀ ଶ୍ରୀ ସ୍ୱାଇଁ ମାଛ ଜାଆଁଳ ଉତ୍ପାଦନ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହିତ ଏଥିରେ ବିବିଧତା ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତିା
କର୍ମଶାଳାରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ଅବସରପ୍ରାପ୍ତ କେନ୍ଦ୍ର ସଚିବ ଶ୍ରୀ ଯତୀନ୍ଦ୍ରନାଥ ସ୍ୱାଇଁ କହିଲେ ଯେ ମତ୍ସ୍ୟକ୍ଷେତ୍ରର ବାର୍ଷିକ ୮ ପ୍ରତିଶତ ଅଭିବୃଦ୍ଧି ଘଟୁଛି ଏବଂ ଏହା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବା ଉନ୍ନତ ମାନର ମାଛ ଜାଆଁଳର ପ୍ରାମାଣିକତା ପ୍ରଦାନ ଦିଗରେ ପଦକ୍ଷେପ ନେବା ସହିତ ପିପିପି ମୋଡ୍‍ରେ ମାଛ ଜାଆଁଳ ପାଇଁ ବ୍ରୁଡ୍‍ ବ୍ୟାଙ୍କ ସ୍ଥାପନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତିା
ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଆଗାମୀ ୫ ବର୍ଷ ପାଇଁ ମାଛ ଜାଆଁଳ ଉତ୍ପାଦନ ଦିଗରେ ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱାରୋପ କରିଥିଲୋ
କର୍ମଶାଳା ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‍ ଆଲାମ୍‍ ରାଜ୍ୟରେ ଆଗାମୀ ଦିନରେ ମାଛ ଜାଆଁଳର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ସହିତ ନୂତନ ଜ୍ଞାନକୌଶଳର ପ୍ରୟୋଗ ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲୋ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲୋ
କର୍ମଶାଳାରେ ମାଛ ଜାଆଁଳ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଜ୍ୟର ବେସରକାରୀ ଯୁବ ମାଛ ଜାଆଁଳ ହ୍ୟାଚେରୀ ମାଲିକମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲୋ କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ମାଛ ଜାଆଁଳ ହ୍ୟାଚେରୀ ମାଲିକ ଯୋଗଦେଇଥିଲୋ
କର୍ମଶାଳାର ବୈଷୟିକ ଅଧିବେଶନରେ ଭାରତୀୟ କୃଷି ଗବେଷଣା ପରିଷଦ-ସିଫାର ପ୍ରିନ୍‍ସିପାଲ୍‍ ବୈଜ୍ଞାନିକ, ଏନ୍‍ଏଫଏଫ୍‍ବିବି, କଲେଜ୍‍ ଅଫ୍‍ ଫିସରିଜ୍‍, ଓ୍ୱାଲର୍ଡ ଫିସ୍‍, କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ସମେତ ଏମ୍‍ଡି, ଓପିଡିସି ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମାଛ ଜାଆଁଳ ଓ ମାଛ ଉତ୍ପାଦନର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲୋ

Leave A Reply