ଦାନଗଦି, ତା ୧୪/୨୩ : ଗୁରୁବାର ସୁକିନ୍ଦା ଅବକାରୀ ବିଭାଗ ପକ୍ଷରୁ ସାରଙ୍ଗପୁର ଛକ ନିକଟରେ ଚଢ଼ାଉ କରାଯାଇ ଦେଶୀ ମଦ ସହ ଏକ ବାଇକ କୁ ଜବତ କରାଯାଇଛି। ଘଟଣା ରେ ୨ ଜଣ ମଦ ବେପାରୀ ଙ୍କୁ ଗିରଫ କରିଛି ଅବକାରୀ ପୁଲିସ l ଗିରଫ ଦୁଇ ବେପାରୀ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅଂଳାଝରୀ ଗ୍ରାମର କାଠିଆ ପାତ୍ର ଓ ପ୍ରକାଶ ସ୍ଵାଇଁ । ଆଜି ଉଭୟ ଏକ ବାଇକ୍ ରେ ୨୯ ଲିଟର ଦେଶୀ ମଦ ଲୋଡ କରି କଳିଙ୍ଗନଗର କୁ ଆସୁଥିବା ସମୟରେ ପୁଲିସ ହାତରେ ଧରାପଡିଥିଲେ l ପୁଲିସ କେସ ନମ୍ବର ୧୩୮/୨୩ ଓ ୧୩୯ /୨୩ ରେ ଦୁଇଟି ମାମଲା ରୁଜୁ କରି ଉଭୟ ଙ୍କୁ କୋର୍ଟ ଚାଲାଣ କରିଛି