Odisha news

ରିସର୍ଚ୍ଚ : ପିତାମାତା ଙ୍କର ଏହି ୬ ଟି କାର୍ଯ୍ୟ ଦେଇଥାଏ ପିଲା ମାନଙ୍କୁ ମାନସିକ ପୀଡା

0

କଥାରେ ଅଛି ଛୋଟ ପିଲାଙ୍କ ହୃଦୟ ଫୁଲ ଭଳି କୋମଳ ହୋଇଥାଏ l ତେଣୁ ତାଙ୍କ କୋମଳ ହୃଦୟ କୁ ଖୁବ ଶୀଘ୍ର ଆଘାତ ଲାଗିଥାଏ l ବେଳେବେଳେ ଏହି ଆଘାତ ଏତେ ଗଭୀର କ୍ଷତ ଦେଇଥାଏ ଯେ ଯାହାକି ମାନସିକ ପୀଡା ଆଡକୁ ଟାଣି ନେଇଥାଏ l ବଡ଼ ହେବା ପରେ ମଧ୍ୟ ଏହା ସେମାନଙ୍କୁ ମାନସିକ ସ୍ତରରେ ଭାରାକ୍ରାନ୍ତ କରିଥାଏ l

ଏଥିପାଇଁ ଅନେକ ସମୟରେ ପିଲା ମାନଙ୍କର ପାରିପାର୍ଶ୍ଵିକ ପରିସ୍ଥିତି ଓ ପିତାମାତା ଦାୟୀ ରହି ଥାଆନ୍ତି ବୋଲି ରିସର୍ଚ୍ଚ ରେ ଖୁଲାସା ହୋଇଛି l ଯାହାକି ଛୋଟ ବେଳରୁ ପିଲାଙ୍କ କୋମଳ ହୃଦୟରେ ଗଭୀର ଆଘାତ ଦେଇଥାଏ ବୋଲି ଶିଶୁ ମନୋବିଜ୍ଞାନୀ ମାନେ ମତ ଦେଇଛନ୍ତି l ସେଥିପ୍ରତି ପ୍ରତ୍ୟେକ ମାତାପିତା ଙ୍କୁ ସନ୍ତାନ ମାନଙ୍କ ପ୍ରତି ସଚେତନ ରହିବା ପାଇଁ ପରାମର୍ଶ ମଧ୍ୟ ଡିଜାଇଛି l

ପିତାମାତା ଙ୍କ କେଉଁ କେଉଁ ଅଭ୍ୟାସ ପିଲାଙ୍କ ମନରେ ଆଘାତ ଦେଇଥାଏ –
– ଅନେକ ସମୟରେ ମାତାପିତାଙ୍କ ବ୍ୟବହାର ପିଲା ମାନଙ୍କ ପ୍ରତି ଏପରି ପରିସ୍ଥିତି ସୃଷ୍ଟି କରିଥାଏ ଯାହାକି ତାଙ୍କୁ ଖୁବ କଷ୍ଟ ଦେଇଥାଏ l ମାତାପିତା ନିଜର ମାନସିକ ଚିନ୍ତା କୁ ଦୂର କରିବା ପାଇଁ ଯେ କୌଣସି ସ୍ଥାନରେ ପିଲା ମାନଙ୍କ ଉପରେ ଚିଲେଇ କଥାବାର୍ତା କରି ଥାଆନ୍ତି l ଏହାଦ୍ୱାରା ପିଲାମାନେ ଛୋଟ ଛୋଟ କଥାରେ ଅନେକ ସମୟରେ ମିଛ ର ସାହାଯ୍ୟ ନେଇ ଥାଆନ୍ତି l

– ବଡ଼ ହୁଅନ୍ତୁ ସାନ ହୁଅନ୍ତୁ କଦାପି ଚାହିଁ ନଥାଆନ୍ତି ଅଜଣା ଲୋକ ଙ୍କ ସମୁଖରେ ତାଙ୍କର ନିନ୍ଦା ହେଉ l ଯଦି ପିଲାଙ୍କ ସହିତ ଏହା ଘଟିଥାଏ ତେବେ ଏହା ତାଙ୍କର କୋମଳ ମନରେ ଆଘାତ ଦେଇଥାଏ l ଏହାଦ୍ୱାରା ପିଲା ମାନଙ୍କ ର ଆତ୍ମବିଶ୍ୱାସ ର ହାନି ହୋଇଥାଏ l ଏବଂ ପିଲା ମାନସିକ ଚାପର ଶିକାର ହୋଇଥାଏ l

– ଅନେକ ସମୟରେ ପିଲାମାନେ ନିଜ ସାଙ୍ଗ ମାନଙ୍କୁ କିଛି କରୁଥିବାର କିମ୍ବା ଟିଭି ରେ କିଛି ଦେଖି କରିବାକୁ ଚେଷ୍ଟା କରି ଥାଆନ୍ତି l ଅନେକ ସମୟରେ ପିଲା ମାନେ ଏତେ ଅଧିକ ମାତ୍ରାରେ ଏଭଳି କାର୍ଯ୍ୟକୁ ମନରେ ଭାବି ନିଅନ୍ତି ଯେ ସେମାନେ ନିଜେ କରିବାକୁ ଭାବି ଥାଆନ୍ତି l ଏପରି ସମୟରେ ଯଦି ତାହା ଗୋଟିଏ କିଛି ଇନୋଭେଟିବ କାର୍ଯ୍ୟ ତେବେ ପିତାମାତା ଉଭୟ ତାହାକୁ ପ୍ରୋତ୍ସାହିତ କରିବା ଜରୁରୀ l ଯଦି କିଛି ଭୁଲ କାର୍ଯ୍ୟ ତେବେ ବୁଝାଇ ସୁଝାଇ ଦୁରେଇ ରଖିବା ଜରୁରୀ l

– ପିତାମାତା ପିଲା ମାନଙ୍କ ଇମୋସନ କୁ ବୁଝି ତାଙ୍କୁ ଆଦର ଓ ସ୍ନେହ କରିବା ଆବଶ୍ୟକ l ପ୍ରତ୍ୟେକ କାର୍ଯ୍ୟରେ ସ୍ନେହ ଆଦର ଦେଖାଇବା ପରିବର୍ତେ ଯଦି ଚିତ୍କାର ଛାଡି ରାଗିବା ଆରମ୍ଭ କରିବେ ତେବେ ପିଲାଙ୍କ ନିକଟରେ ଆପଣ ସର୍ବଦା ଗୋଟିଏ ଦୋଷୀ ହୋଇ ରହିଯିବେ ଏବଂ ଏହା ପିଲାଙ୍କ ଭବିଷ୍ୟତ କୁ ପ୍ରଭାବିତ କରିବ l

– ପିଲାମାନେ ନିଜ ଭୁଲ ରୁ ସବୁକିଛି ଶିକ୍ଷା ଗ୍ରହଣ କରନ୍ତି l ତେଣୁ ସେମାନଙ୍କୁ ଶିଖିବା ପାଇଁ ପ୍ରୋତ୍ସାହିତ କରିବା ଜରୁରୀ l ଏହାଦ୍ୱାରା ପିଲା ମାନଙ୍କର ବୁଦ୍ଧି ର ବିକାଶ ହୋଇଥାଏ l
– ପିତାମାତା ନିଜ ମଧ୍ୟରେ ଯେବେବି ପାଟିତୁଣ୍ଡ ହେଉଛନ୍ତି ସେତେବେଳେ ପିଲା ମାନଙ୍କ ସମୁଖରେ କ୍ରୋଧ କୁ ସମ୍ବରଣ କରନ୍ତୁ l ନଚେତ ଏହା ପିଲା ମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ପିଲାମାନେ ଭୟଭୀତ ହୋଇ ରହି ଥାଆନ୍ତି l ନିଜ ମନର ଭାବନା ଅନ୍ୟ ନିକଟରେ ପ୍ରକାଶ କରନ୍ତି ନାହିଁ ଓ ମାନସିକ ଚାପରେ ପ୍ରଭାବିତ ହୋଇ ଥାଆନ୍ତି l

Leave A Reply