Odisha news

୨୦ ବର୍ଷ ପରେ ଜିଲ୍ଲା ପାଇଁ ଗୌରବ ଆଣିଲେ ଭଲିବଲ ଟିମ

0

ବାରିପଦା  : କନ୍ଧମାଳ ଠାରେ ଅନୁଷ୍ଠିତ ୭୦ତମ ସିନିଅର ଜାତୀୟ ଭଲିବଲ ଚମ୍ପିୟାନସିପରେ ୨୦ବର୍ଷ ପରେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ମୟୂରଭଞ୍ଜ ଦଳ କ୍ୱାଟର ଫାଇନାଲରେ ଓଡିଶା ପୋଲିସକୁ ଓ ପରବର୍ତ୍ତୀ ମ୍ୟାଚରେ ବାଲେଶ୍ୱରକୁ ପରାସ୍ତ କରି ମୟୂରଭଞ୍ଜ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଲିବଲ ସହ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଜାତୀୟ ଖେଳାଳି ଦୀପକ ବେହେରା, ବରିଷ୍ଠ କୋଚ ମନୋରଞ୍ଜନ ଜୀଉ ଓ କୁମାର ରଞ୍ଜନ ପଣ୍ଡା, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ଓ ଭାନୁ ପ୍ରସାଦ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ରହି ଦଳର ସମସ୍ତ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଦଳକୁ ୧୫ହଜାର ଟଙ୍କା ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା ଓ ଦଳରେ ଅଂଶୁମାନ ଭୋଇ, ବିନୋଦ ବେହେରା, ସଞ୍ଜୟ ମହାନ୍ତ, ସୌରଭ କୁମାର ପ୍ରଧାନ, ଖଗେଶ୍ୱର ପାତ୍ର, ସୁନୀଲ କୁମାର ଧଳ, ମାନସ ଦଳେଇ, ଅରବିନ୍ଦ ମହାପାତ୍ର, ବିଶ୍ୱଜିତ ମହାନ୍ତି, ସତ୍ୟଜିତ ବାରିକ, ତପନ କୁମାର ନାଏକ ଓ ଶୁଭ୍ରାଙ୍କ କୁମାର ଜେନାଙ୍କ ସମେତ ଟିମ ମ୍ୟାନେଜର ଗୋକୁଳାନନ୍ଦ ଗିରି ଏବଂ କୋଚ ବିଦ୍ୟାପତି ସେଠି ସାମିଲ ଥିଲେ ।

Nalco
Leave A Reply