ଚଣ୍ଡିଖୋଲ/ଛତିଆ ୯/୧୨: କଳା ସଂସ୍କୃତି ସମ୍ପନ୍ନ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକ ଅନ୍ତର୍ଗତ ଛତିଆରେ ଦୁଇଦିନ ହେବ ଚାଲିଛି ପ୍ରଶିଦ୍ଧ ଭାଲୁପୋଡି ଯାତ୍ରା! ଏହି ଯାତ୍ରାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର କଳାକାର ମାନେ ଯୋଗଦେଇ ସେମାନଙ୍କ କଳା ପୈପୁଣ୍ୟ ପ୍ରଦର୍ଶନ କରିଥାନ୍ତି! ଚଳିତ ବର୍ଷ କିନ୍ତୁ ଯାତ୍ରାରେ ଯୋଗଦେଇଥିବା ଅଘୋରୀ ବାବା ମାନଙ୍କ ନୃତ୍ୟ ଶ୍ରଦ୍ଧାଳୁ ମାନଙ୍କୁ ବେସ ଆକର୍ଷତ କରିଛି! ଯାତ୍ରାରେ ଯୋଗଦେଇଥିବା ଲକ୍ଷାଧିକ ଦର୍ଶକ ମଧ୍ୟ ଏହି ଅଘୋରୀ ନୃତ୍ୟରେ ବିଭୋର ହେଉଥିବା ଦେଖାଯାଉଛି! ଏହି ଭାଲୁପୋଡି ଯାତ୍ରା ଅତି ନୀଆରା ଓ ପ୍ରାଚୀନ ! ପବିତ୍ର କାର୍ତ୍ତିକେଶ୍ୱର ପୂଜା ଅବସରରେ ବହୁ ବର୍ଷ ହେବ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଛତିଆ ଠାରେ ଏହିଯାତ୍ରା ପାଳିତ ହୋଇ ଆସୁଛି! ଯାଜପୁର ଜିଲ୍ଲା ସମେତ କଟକ,ଢେଙ୍କାନାଳ, କେଉଁଝର ଜିଲ୍ଲା ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଯୋଗଦେଇଥାନ୍ତି! କାର୍ତ୍ତିକେଶ୍ୱର ମେଢ ଭଷାଣି ଅବସରରେ ଏହିଯାତ୍ରା ଦୁଈଦିନଧରି ଅନୁଷ୍ଠିତ ହୋଇଥାଏ ! ଚଳିତ ବର୍ଷ ବହୁ ସଂଖ୍ୟାରେ ରାଜ୍ୟବାହାରୁ ଅଘୋରୀ ସାଧୁମାନେ ଯାତ୍ରାରେ ଯୋଗଦେଇଥିବା ଦେଖାଯାଇଛି! ପୂଜାକମିଟି ପକ୍ଷରୁ ଯାତ୍ରାକୁ ସରଶ ସୁନ୍ଦର କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା ଗ୍ରହଣ କରାଯାଇଥିବାରୁ ଦର୍ଶକ ମାନଙ୍କ ପାଇଁ ଏହା ଅଧି ଆକର୍ଷଣ କରୁଛି! ଯାତ୍ରା ଚାଲିବା ସହିତ ଦୁଇଦିନ ହେବ ଗେଙ୍ଗୁଟୀ ନଦୀରେ ମେଢ଼ ଗୁଡିକୁ ବିସର୍ଜନ କରାଯାଉଛି!ଯାଜପୁର ଜିଲ୍ଲା ଓ ବୈରୀ ଥାନା ପୋଲିସ ସହ ଛତିଆ ବିଟ ହାଉସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି!
