ମହାକାଳପଡ଼ା : ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲା ରେ ଶିଳ୍ପ ର ବିକାଶ ନେଇ ଆରସେଲ ମିତଲ ର ନିପନ ଷ୍ଟିଲ ପ୍ଲାଣ୍ଟ ଅବସ୍ଥାପନ ପାଇଁ ଉପକୂଳ ମହାକାଳପଡ଼ା ବ୍ଲକ କୁ ସର୍ବୋତ୍ତମ ବୋଲି ପସନ୍ଦ କରିଛି l ଏନେଇ ପ୍ରାରମ୍ଭିକ କାର୍ଯ୍ୟ ଭାବେ ବିସ୍ଥାପନ ହେବାକୁ ଯାଉଥିବା ଅଞ୍ଚଳ ର ଶିକ୍ଷିତ ବେକାରୀ ମାନଙ୍କୁ ନେଇ ନିଯୁକ୍ତି ର ପ୍ରୟାସ ଚଳାଇଛି l ପ୍ରଥମେ ବୈଷୟିକ ଶିକ୍ଷା ଗ୍ରହଣ ପାଇଁ ଆବେଦନ କରିଥିବା ଯୁବକ/ଯୁବତୀ ମାନଙ୍କୁ ଦକ୍ଷତା ବୃଦ୍ଧି ପାଇଁ ପ୍ରୟାସ କରିଛି l ବିଜୟନଗର ଠାରେ ଅର୍ଦ୍ଧନିର୍ମିତ ପୁରୁଣା ଶିଳ୍ପ ତାଲିମ କେନ୍ଦ୍ର କୁ କାର୍ଯ୍ୟକ୍ଷମ କରିବା କୁ କମ୍ପାନୀ କର୍ତ୍ତୃପକ୍ଷ ବିଭିନ୍ନ ପ୍ରଶାସନିକ ଅଧିକାରୀ ବୁଧବାର ପରିଦର୍ଶନ କରିଥିଲେ l ପରେ ପରେ ଜିଲ୍ଲା ପାଳ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ ପ୍ରଧାନ ଓ ଜିଲ୍ଲା ର ମୁଖ୍ୟପ୍ରକଳ୍ପ ସଂଯୋଜକ ଶ୍ରୀମହାପାତ୍ର ଙ୍କ ସହିତ କମ୍ପାନୀ ର ଟିଏସ ସାନଭୋଗୁ, ତୋମନିସୁ ଇନ୍ଦା ଓ ବିକାଶ ଯାଦବନ୍ଧୁ ଆଦି ରାମନଗର ଠାରେ ଡିଜିଟାଲ ସ୍କିଲ ସେଣ୍ଟର ଉଦଘାଟନ କରିଛନ୍ତି l ଜିଲ୍ଲା ପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡ଼ିଓ ସାଗର କୁମାର ନନ୍ଦ ସହଯୋଗୀ ଭାବେ ଉପସ୍ଥିତ ଥିଲେ l ସଭା ମଞ୍ଚ ସମ୍ମୁଖରେ ରାମନଗର, ଖରିନାସି ଓ ବତୀଘର ସରପଞ୍ଚ ବିଭିନ୍ନ ମୁରବି ଓ ମନୋନୀତ ଛାତ୍ର/ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ବିଶେଷ କରି ୨୪ ମିଲିୟନ ଟନ ସର୍ବ ବୃହତ ଇସ୍ପାତ କାରଖାନା ଅବସ୍ଥାପନ ନେଇ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲା ପ୍ରକଳ୍ପ ସଂଯୋଜକ l ସେହିପରି ଅଞ୍ଚଳ ବାସୀଙ୍କ ଆର୍ଥିକ ଉନ୍ନତି ନେଇ ନିଯୁକ୍ତି ଓ ବୈଷୟିକ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରିଥିଲା ଶ୍ରୀଯାଦବନ୍ଧୁ l ବିସ୍ଥାପନ ହେବାକୁ ଥିବା ପରିବାର ଗୁଡିକ ସ୍ୱାର୍ଥ କୁ ଦୃଷ୍ଟିରେ ରଖି କମ୍ପାନୀ କାର୍ଯ୍ୟ କରିବ ବୋଲି କମ୍ପାନୀ ନିର୍ଦ୍ଦେଶକ ଅଭିଭାଷଣ ରଖିଥିଲେ l
