ପାରାଦୀପ : ନାଉଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ପାରାଦୀପସ୍ଥିତ ତୈଳ ବିଶୋଧନାଗାର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ବିଶୁଦ୍ଧ ଓ ଥଣ୍ଡା ପାନୀୟ ଜଳ ଯୋଗାଣ ପାଇଁ ୱାଟର କୁଲର ଏବଂ ଗୋଡ଼ରେଜ ଆଲମିରା ଯୋଗାଇ ଦିଆଯାଇଛି । ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ମୁଗେଇ,ଜାମୁଗାଁ ପ୍ରାଥମିକ ବିଦ୍ୟାଳୟ, ଛତିଆନା ପ୍ରାଥମିକ ବିଦ୍ୟାଳୟ ଓ କଣ୍ଟାବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟକୁ ୱାଟର କୁଲର ଯୋଗାଇ ଦିଆଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନିଆଯାଇଥବାବେଳେ କଣ୍ଟୁଣିଆ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ନନ୍ଦିଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବେଣାପଡା ପ୍ରାଥମିକ ବିଦ୍ୟାଳୟକୁ ଗୋଡ଼ରେଜ ଆଲମିରା ଯୋଗାଇ ଦିଆଯାଇଛି। ସ°ପୃକ୍ତ ବିଦ୍ୟାଳୟଗୁଡିକ ପକ୍ଷରୁ ଏହି ପଦକ୍ଷେପ ପାଇଁ ତୈଳ ବିଶୋଧନାଗାର ଇଡି ଓ ଡିଜିଏମ୍(ସିଏସଆର୍)ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ ପାଇଁ ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ଶ୍ରୀ ପ୍ରତାପ କୁମାର ମିଶ୍ରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।