ଭଞ୍ଜନଗର(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ) ଭଞ୍ଜନଗର ସହର ତଳି ଅଞ୍ଚଳ ଶ୍ରୀରାମ ନଗର ଠାରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ଶକ୍ତି ପୀଠ ଠାରେ ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ 74 ତମ ମହାପ୍ରୟାଣ ଦିବସ ପାଳିତ ହୋଇ ଯାଇଛି l ଏଥିନିମିତ୍ତ ଶକ୍ତିପୀଠ ଠାରେ ପାଞ୍ଚ ତାରିଖ ପୂର୍ବାହ୍ନ 6 ଘଣ୍ଟା ଠାରୁ 6.30 ମିନିଟ ଯାଏ ସମୂହ ଧ୍ୟାନ ଓ ଅପରାହ୍ନ 5 ଘଣ୍ଟା ଠାରୁ 6.30 ମିନିଟ ଯାଏ ଆଲୋଚନା ଚକ୍ର ସହ ନୀରବ ଧ୍ୟାନ କରାଯାଇଥଲା l
ମହିଳାପାଠ ଚକ୍ରର ବରିଷ୍ଠ ସଦସ୍ୟ ରତ୍ନମଞ୍ଜରୀ ପାଢୀ, ଓ ଶିକ୍ଷକେନ୍ଦ୍ର ସଭାପତି ପ୍ରାକ୍ତନ କଲେଜ ଅଧକ୍ଷ ପ୍ରଫେସର କୃତ୍ତିବାସ ବିଶ୍ୱାଳ ଅତିଥି ଭାବରେ ଯୋଗଦାନ କରି ଶ୍ରୀ ଅରବିନ୍ଦଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ l ସ୍ବଦେଶ ପ୍ରେମର ରୂପକାର, ମହାନ ଯୋଗୀ, ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଦାର୍ଶନିକ ତଥା ସ୍ୱାଧୀନତା ସଂଗ୍ରାମର ତେଜସ୍ୱୀ ପ୍ରବକ୍ତା ମହାପୁରୁଷ ଶ୍ରୀଅରବିନ୍ଦଙ୍କ ସମ୍ପର୍କରେ ସେମାନଙ୍କ ଆଲୋଚନରେ ଉଲ୍ଲେଖ କରିଥିଲେ l ବିଡ଼ିପୁର ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ବିଦେଶୀ ସାହୁ,ରମେଶ ବେହେରା,ଦୀନେଶ ବିଶ୍ୱାଳ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ସୁନନ୍ଦା ବେହେରା ମାତୃ ସଂଗୀତ ଗାନ କରିଥିଲେ l