Odisha news

ପ୍ଲାଷ୍ଟିକ ଦ୍ରବ୍ୟ ବର୍ଜନ ପାଈଁ ତେଜସ୍ୱିନୀ ର ନିଆରା କାର୍ଯ୍ୟକ୍ରମ

0

ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ  : ଭଂଜନଗର ଅଞ୍ଚଳ ର ଅଗ୍ରଣୀ ସମାଜିକ ଅନୁଷ୍ଠାନ ତେଜସ୍ୱିନୀ ର ପ୍ଲାଷ୍ଟିକ ବର୍ଜନ ଉପରେ ଆଧାରିତ କାର୍ଯ୍ୟକ୍ରମ ଭଂଜନଗର ଆରଏମସି ସଭା ଗୃହରେ ଅନୁଷ୍ଠିତ ହୋଇଥିଲା।ଗତ ଏକ ମାସ ଧରି ବର୍ଯ୍ୟ ପ୍ଲାଷ୍ଟିକ ବୋତଲରେ ଫୁଲ ଗଛ ଲଗାଇବା ଓ ତାକୁ ସଜାଇବା ପାଇଁ ଏକ ପ୍ରତିଯୋଗିତା ହୋଇଥିଲା ଯେଉଁଥିରେ ବିଭିନ୍ନ ବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ଭଂଜନଗର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ଉତ୍ତର ,ବନଖଣ୍ଡ ଅଧିକାରୀ,ସୁଦର୍ଶନ ବେହେରା, ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଂଜନ ରାୟ, ସମାଜ ସେଵୀ ଶୁଳାପାଣି ଶତପଥୀ ତେଜସ୍ୱିନୀ ମୁଖ୍ୟ ଜ୍ୟୋତି ସିଂହ ଟୁଡୁ ପ୍ରମୁଖ ଯୋଗଦେଇଥିଲେ।ବେଳଗୁଣ୍ଠ। ଚଡିଆପଲି ର ଗୋବର କଣ୍ଢେଇ କାରିଗର ଓ ଓଁ ଶାନ୍ତି କେନ୍ଦ୍ର ର ନୃତ୍ୟ ଶିଳ୍ପୀ ସହ ଦାଶ କାଠିଆ କଳାକାର ଙ୍କ ସଙ୍ଗୀତ ପରିବେଷଣ ମନମୁଗ୍ଧ କର ଥିଲା। କୃତି ପ୍ରତିଯୋଗୀ ପ୍ରତୀକ୍ଷା ମହାପାତ୍ର, ସମୀରା ପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ,ସେହିପରି କବି ସମ୍ରାଟ ମିଡିଆ କ୍ଲବ ସାମ୍ବାଦିକ ମାନଙ୍କୁ ସମ୍ନାନିତ କରାଯାଇଥିଲା ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ର ବହୁଳ ବ୍ୟବହାର ଓ ତାର କୁ ପ୍ରଭାବ ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ

Leave A Reply