ବାରିପଦା : ଗଡିଲା କୃଷକ ସଚେତନତା ରଥ । ବାରିପଦା ଉପଖଣ୍ଡ ଅନ୍ତର୍ଗତ ବାରିପଦା ଏବଂ ବେତନଟି ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ କୃଷକ ସଚେତନତା ରଥର ଶୁଭାରମ୍ଭ କରାଯାଇଅଛି । ଏହି ରଥକୁ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ବାରିପଦା ନିୟନ୍ତ୍ରିତ ବଜାର କମିଟିର ଉପାଧ୍ୟକ୍ଷ ମଳୟ କୁମାର ଜେନା, ବାରିପଦା ଉପଖଣ୍ଡର ଉପନିବନ୍ଧକ ଏବଂ ସହକାରୀ-ନିବନ୍ଧକ ଓ ସମବାୟ ସମିତି ସମୂହର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ଉତ୍ସବରେ ବାରିପଦା ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିଜୟ କୁମାର ହେମ୍ବ୍ରମ ଏବଂ ବେତନଟି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ସଦାନନ୍ଦ ମାର୍ଣ୍ଡି ଉପସ୍ଥିତ ରହିଥିଲେ । ଉକ୍ତ ରଥ ଉଭୟ ନିୟନ୍ତ୍ରିତ ବଜାର କମିଟିର କାର୍ଯ୍ୟକାରୀ ପରିସୀମା ମଧ୍ୟରେ ଥିବା ସମସ୍ତ ଗ୍ରାମାଞ୍ଚଳକୁ ଯାଇ ସରକାରଙ୍କ ତରଫରୁ ଖୋଲା ଯାଇଥିବା ମଣ୍ଡି ମାନଙ୍କରେ ଏଫଏକିୟୁ ମାନର ଧାନ ସୁବିଧାରେ ବିକ୍ରୀ କରିବାର ସୁବିଧା ସମ୍ପର୍କରେ ପ୍ରଚାର କରିବ । ଏଥିରେ ଉଭୟ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀମାନେ ସହଯୋଗ କରିଥିଲେ ।