ବାରିପଦା : ବାରିପଦା ସହର ଷ୍ଟେସନ ବଜÿାର ଆଥେଲଟିକ୍ ଆସୋସିଏସନ ଆନୁକୂଲ୍ୟରେ ସାରା ମୟୂରଭଞ୍ଜ ଜିଲ୍ଲା ଉଦୟମାନ କ୍ରିକେଟ ଖେଳାଳୀଙ୍କୁ ନେଇ ଅନୁଷ୍ଠିତ ମୟୂରୀ ରୟାଲ ପ୍ରିମିୟର ଲିଗ (ଏମଆର ପିଏଲ)ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ସଂସ୍କରଣରେ ୯ଟି ପ୍ରଞ୍ଚାଇଜ ଦଳ ନିଲାମରେ ଅଂଶ ଗ୍ରହଣ କରିଥିଲେ । ୨୦୨୪ ଜାନୁଆରୀ ୨ତାରିଖ ରୁ ଏହି ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ନିଲାମ ପ୍ରର୍କିଆରେ ଆଦିତ୍ୟ ବସାଙ୍କୁ ସର୍ବାଧିକ ମୂଲ୍ୟରେ ଭିରୋର ଏକାଦଶର ଫ୍ରାଞ୍ଚାଇଜି କ୍ରୟ କରିଥିବାବେଳେ ସଞ୍ଜିବ ମହାପାତ୍ରଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ମୂଲ୍ୟରେ ଏମରଜିଂ ଟାଇଟନ ଦଳର ମାଲିକ କ୍ରୟ କରିଥିବା ଜଣାପଡିଛି । ସେହିପରି ଅନ୍ୟାନ୍ୟ ଉଦିୟମାନ ଖେଳାଳି ମାନଙ୍କୁ ମଧ୍ୟ ବହୁ ମୂଲ୍ୟରେ ଫ୍ରାଞ୍ଚାଇଜର ମାନେ କ୍ରୟ କରିଥିବା ଜଣାପଡିଛି । ନିଲାମ ପ୍ରର୍କିଆକୁ ମ୍ୟାନେଜର ଭାବେ ରାଜେଶ ସାହୁ, ତାପସ ଦେ ଏବଂ କମିଟିର ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ । ସୂଚନା ଯୋଗ୍ୟ ଏହି ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୮୦ହଜାର ଟଙ୍କା ଓ ଟ୍ରଫି ଓ ଉପ ବିଜେତା ଦଳକୁ ୬୦ହଜାର ଟଙ୍କା ଓ ଟ୍ରଫି ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।