Odisha news

ମାଙ୍କଡ କାମୁଡାରେ ୪ ଜଣ ଆହତ : ଟ୍ରାଙ୍କୁଲାଇଜ କରି ମାଙ୍କଡକୁ କାବୁ କଲା ବନ ବିଭାଗ।

0
ବାଲିପାଟଣା ୨୯/୧୧ : ବାଲିପାଟଣା ବନାଞ୍ଚଳ ଅଧିନସ୍ଥ ବତିଲୋ ଗ୍ରାମରେ କଛି ଦିନ ହେଲା ଏକ ମାଙ୍କଡ଼ ଆକ୍ରମଣରେ ଚାରୀ ଜଣ ଆହତ ହୋଇ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ବାତିଲୋ ଗ୍ରାମର  ମଣ୍ଟୁ ପ୍ରଧାନ (୩୫), ରୁମା ନାୟକ (୬୦), ବିଜୟ ମହାନ୍ତି ( ୪୫), ଓ ଡଲି ମହାରଣା(୩୫).। ଉକ୍ତ ଗ୍ରାମର କାଶୀନାଥ ଷେଣ୍ଢ ଏ ବିଷୟରେ ବନ ବିଭାଗ ଅଧିକାରୀ ଶାନ୍ତନୁ କୁମାର ଦଳେଇଙ୍କୁ ଜଣାଇବା ପରେ ସେ  ବନ ବିଭାଗ ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ଗ୍ରାମରେ ପହଞ୍ଚି ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶେଷରେ ଖବର ମିଳିଲା କି ରାଜସ ମଠସାହି ନିକଟରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ଲୁଚିଥିବା ଜାଣି, ସେଠାରେ ପହଞ୍ଚି ଲୋକଙ୍କ ସହାୟତାରେ ମାଙ୍କଡକୁ ଠାବ କରିବାକୁ ସକ୍ଷମ ହୋଇଥିଲେ। ସେହିଠାରେ ତାକୁ ଟ୍ରାଙ୍କୁଲାଇଜ କରି କାବୁକରି ନେଇଯାଇଥିଲେ। ଆଜି ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ମାଙ୍କଡ଼ଟିର ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରଯାଇଛି। ଆସନ୍ତା କାଲି ସକାଳୁ ମାଙ୍କଡଟିକୁ ନନ୍ଦନ କାନନରେ ଛାଡ଼ିବା ପାଇଁ ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।
Ad2
Leave A Reply