ନିରାକାରପୁର,୨୮/୧୧:- , ମା’ ଉଗ୍ରତାର କ୍ରିକେଟ କ୍ଲବ ଟାଙ୍କୋଳ, ଟାଙ୍ଗୀ, ଖୋରଧା ଦ୍ୱାରା ୩୫ତମ କ୍ରିକେଟ ମ୍ୟାଚ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ମ୍ୟାଚ ୨୦ ଓଭର ବିଶିଷ୍ଟ ହୋଇଥିବା ବେଳେ ଏହା ୭ଦିନ ବ୍ୟାପି ଚାଲିବା ସହ ଏହି ମ୍ୟାଚରେ ୮ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ଅନ୍ତିମ ପ୍ରତିଯୋଗିତା ମା’ ଭଗବତୀ କ୍ରିକେଟ କ୍ଲବ ବନାମ ମା’ ଉଗ୍ରତାର କ୍ରିକେଟ କ୍ଲବ ଟାଙ୍କୋଳ ମଧ୍ୟରେ ଅତି ସଂଘ୍ରଷ ପୂର୍ଣ୍ଣ ହୋଇଥିଲା l ଗୋଳବାଇ କ୍ରିକେଟ କ୍ଲବ ୨୦ ଓଭର ରେ ୧୨୩ ରନ ସଂଗ୍ରହ କରିଥିବା ବେଳେ ଟାଙ୍କୋଳ ନିର୍ଦ୍ଧାରିତ ଓଭର ରେ ୧୨୪ ରନ କରି ବିଜୟୀ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ଯୋଗଦେଇ ରନର୍ସ ଅଫ ଓ ବିଜୟୀ କୁ ପୁରସ୍କୃତ କରିବାସହ ବକ୍ତବ୍ୟ ରେ ଖେଳ ଶାରୀରିକ ମାନସିକ ଓ ବୈଦ୍ଧିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାସହ ଖେଳୁଆଡ଼ ଓ ପ୍ରତିଯୋଗିତା ମୂଳକ ମନୋଭାବ ଉଦ୍ରେକ କରିଥାଏ l ଖେଳ ଦ୍ୱାରା ଅତ୍ମୀୟତା, ନିବିଡ଼ତା ଓ ପରସ୍ପର ପ୍ରତି ଭାଇଚାରା ମନୋଭାବର ଯୋଗସୂତ୍ର କାରି l ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ଧର୍ମାନନ୍ଦ ବିଶୋଇ ମଞ୍ଚାସିନ ଥିଲେ l ମ୍ୟାଚ କୁ ନିରପେକ୍ଷ ଭାବରେ ଅଂପେୟାର ଧର୍ମେନ୍ଦ୍ର ମୁଦୁଲି ଏବଂ ଅନିଲ ପରମଣି ନିରପେକ୍ଷ ଭାବରେ ପରିଚାଳନା କରିଥିବା ବେଳେ ଉକ୍ତ କ୍ରୀଡ଼ାକୁ ସଫଳ ରୂପାୟନ ରେ ସହଯୋଗ କରିଥିଲେ ମାନସ ରଣସିଂହ, ଅନନ୍ତ ସାହୁ, କେଶବ ସ୍ୱାଇଁ ଏବଂ ପ୍ରକାଶ ଜେନା l