Odisha news

ବାଲିକୁଦା ବ୍ଲକର ଟାଇଁକୂଳ ଠାରେପ୍ରାଣୀ ଚିକିତ୍ସା ଶିବିର

0
ଜଗତସିଂହପୁର୨୨/୧୧ : କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର,ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଓୟୁଏଟି ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଜଗତସିଂହପୁରର ମିଳିତ ଆନୁକୁଲ୍ୟରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଟାଇଁକୂଳ ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚିକିତ୍ସା ଶିବିରରେ ୫୦ରୁ ଉର୍ଦ୍ଧ ଗାଈ ଓ ୨୦ରୁ ଉର୍ଦ୍ଧ ଛେଳି ମାନଙ୍କର ଝାଡ଼ା ପରୀକ୍ଷା, ଗର୍ଭ ପରୀକ୍ଷା କରାଯାଇ ତଦଅନୁସାରେ ଔଷଧ ବିତରଣ କରାଯାଇଥିଲା। ବନ୍ଧ୍ୟାଦୋସ ନିରାକରଣ ଓ ଗର୍ଭଧାରଣାରେ ବିଳମ୍ବର କାରଣ, ଥନ୍ନହରା ରୋଗ ଏବଂ ସୁଷମ ଖାଦ୍ୟ ପରିଚାଳନା ବିଷୟରେ ବିଶେଷଜ୍ଞମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ଜୀବନଜିତ୍ ସେନ୍, ବୈଜ୍ଞାନିକ ଦ୍ବାରିକା ମୋହନ ଦାସ ଏବଂ କାର୍ଯ୍ୟକ୍ରମ ସହାୟିକା ସରିତା ଦାସ, ଓୟୁଏଟି ର ପ୍ରଫେସର୍ ଡ଼ଃ କାମଦେବ ସେଠୀ ଏବଂ ଡ଼ଃ ଅନିଲ ନାହାକ ଏବଂ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ପ୍ରାଣୀ ସମ୍ପଦ ବିକାଶ ବିଭାଗର ବି.ଭି.ଓ. ଡ଼ଃ ସିମ୍ଫୋନୀ ମହାନ୍ତି, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ଃ ସ୍ବାଗତ ପଟ୍ଟନାୟକ ଏବଂ ଡ଼ଃ ମଧୁସ୍ମିତା ମିଶ୍ର, ବାହାରଣା ସରପଞ୍ଚ ମାନସ ରଞ୍ଜନ ପରିଡ଼ା ଓ ସମିତି ସଭ୍ୟ ଶ୍ରୀଯୁକ୍ତ ଅଭିନାରାୟଣ ମହାନ୍ତି ଯୋଗ ଦେଇଥିଲେ। ଗ୍ରାମର ବରିଷ୍ଠ ମୂରବୀ  ଭାଗ୍ୟଧର ବେହେରା, ପ୍ରଶାନ୍ତ କୁମାର ରାଉଳ, ଗୌରାଙ୍ଗ ଚନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ରାଉଳ ଓ ବୀରକିଶୋର ଦାସ  ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ।
Leave A Reply