ଭୁବନେଶ୍ୱର, ୨୨/୧୧/୨୦୨୩:କୋରାପୁଟ ନିର୍ବାଚନ ମଣ୍ଡଳୀର୨୦୧୯ର ବିଜେପି ବିଧାୟକ ପ୍ରାର୍ଥୀ ତି୍ରପୁରାରୀ ଗରଡ଼ା ଆଜି ଶତାଧିକ ବିଜେପି କର୍ମୀ ଓ ସମର୍ଥକଙ୍କ ସହ ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଦଳରେ ସାମିଲ ହୋଇଥିବା ଶ୍ରୀ ଗରଡ଼ା ଏବଂ ଅନ୍ୟ ସମସ୍ତ ବିଜେପି କର୍ମୀଙ୍କୁ ଉପ ଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ ସ୍ୱାଗତ କରିଥିଲେ ।ଶ୍ରୀ ଗରଡ଼ାଙ୍କଏହା ହେଉଛି ଘର ବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି କୋରାପୁଟ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ଦଳରେ ସାମିଲ ହୋଇଥିବା ଶ୍ରୀ ଗରଡ଼ା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ବିଜେପିର କାର୍ଯ୍ୟ ଶୈଳୀ, ନୀତି ନୈତିକାରେ ଅତିଷ୍ଠ ହୋଇ ମୁଁ ବିଜେପି ଦଳରେ ଏକ ପ୍ରକାର କୋଣ ଠେସା ହୋଇ ରହିଥିଲି ।ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପି୍ରମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭି ମୁଖୀ କାର୍ଯ୍ୟ କଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧି ବଦ୍ଧ ଭାବେ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲିା ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁା
ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ମଣ୍ଡଳ ସଭାପତି ବିଜୟ କୁମାର ଦଳାଇ, କୋରାପୁଟ ନଗର ବିଜେପି ସାଧାରଣ ସମ୍ପାଦକ ଅମରେନ୍ଦ୍ର ସେଠୀ, କୋରାପୁଟ ନଗର ବିଜେପି ଯୁଗ୍ମ ସମ୍ପାଦକ ଅଖିଳ ପ୍ରସାଦ ମଲ୍ଲିକଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇ ଥିଲେ ।ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ଜୁନା ଗଡ଼ବିଧାୟକ, କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନୀ, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ସାଂସଦ ତଥା କୋରାପୁଟ ଜିଲ୍ଲା ସଭାପତି ଝୀନ ହିକକା, ପୂର୍ବତନ କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ମହିଳା ବିଜେଡ଼ି ପ୍ରଭାରୀମୀରା ପରିଡ଼ା ପ୍ରମୁଖଉପସ୍ଥିତ ଥିଲେ । ଶେଷରେ ବିଜେଡ଼ିମୁଖ ପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।