ବେତନଟୀ : ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ସରକାର କେତେ ତତ୍ପର ତାହା ବୈଶିଙ୍ଗା ଥାନା ଅନ୍ତର୍ଗତ ଜୁଗଳ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅଧିନ ହଳଦୀପଦା ଗ୍ରାମ ରେ ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ଦେବାନନ୍ଦ ସୋରେନ୍ ଓ ମାଆ ଆଶୁ ସୋରେନ ଙ୍କ ଦେଢ ବର୍ଷର ଶିଶୁ ବିଷ୍ଣୁପ୍ରିୟା ର ବାମ ଗାଲରେ ଜନ୍ମ ସମୟରେ ଏକ ବଥ ଭଳି ମାଂସ ପିଣ୍ଡୁଳା ଦେଖିବାକୁ ମିଳିଥିଲା। ବୟସ ବଢ଼ିବା ସହିତ ମାଂସ ପିଣ୍ଡୁଳା ଟି ଧିରେ ଧିରେ ବଢିବାକୁ ଲାଗିଲା। ଏହାକୁ ଦେଖି ବାପା ମାଆ, ଛୁଆ କୁ ବେତନଟୀ ଡାକ୍ତରଖାନାକୁ ନେଇ ଦେଖାଇଥିଲେ।ସେଠାରୁ ଡ଼ା ଜୟଦେବ ପଣ୍ଡା ଙ୍କ ଜରିଆରେ ବାରିପଦା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇ ରୋଗ ନିରୁପଣ କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାଇ କଟକ ବଡ ମେଡିକାଲରେ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା କୁ ଦେଖି ରେଫର ପାଇଁ ନିର୍ଦ୍ଦେଶ ଦିଆଗଲା। ମାତ୍ର ୨୦୨୩ ଏପ୍ରିଲ ମାସଠାରୁ ଏହି ପ୍ରକ୍ରିୟା ସରିଥିଲେ ମଧ୍ୟ କଟକ ନେବାପାଇଁ ଆବଶ୍ୟକତା ଥିବା ରେଫର ଲେଟର ଇସ୍ୟୁ ହୋଇପାରିଲା ନାହିଁ। ଆମ୍ଭ ପ୍ରତିନିଧି ଖବର ପାଇ ହଳଦୀପଦା ଗ୍ରାମରେ ପହଞ୍ଚି ପିଲାର ବାପାଙ୍କ ସହିତ ଯୋଗା ଯୋଗ କରିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ବୋଲି କହିଥିଲେ। ମାତ୍ର ଚିକିତ୍ସା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ସୁଯୋଗ ଥିଲେ ମଧ୍ୟ ଏହି କ୍ଷେତ୍ରରେ ଅବହେଳା କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।