Odisha news

ମାଷ୍ଟର ଟ୍ରେନର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା ) ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ                     

0

ଛତ୍ରପୁର, ୨୧।୧୧:  ଓଡିଶା ସରକାର ଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଛତ୍ରପୁର ସ୍ଥିତ ଜଉଗଡ଼ ସମ୍ମିଳନୀ କକ୍ଷ ଠାରେ  ମାଷ୍ଟର ଟ୍ରେନର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା ) ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ, ଆଜି ଛତ୍ରପୁର ଉପଖଣ୍ଡ ଛତ୍ରପୁର, ଗଞ୍ଜାମ, ରମ୍ଭା, ଖଲିକୋଟ, ପୁରୁଷୋତ୍ତମପୁର, କୋଦଳା ଓ ପୋଲସରା ଏନଏସି ର ମାଷ୍ଟର ଟ୍ରେନ ର ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା,  ଡୁଡା ପିଡି ନୀଳ ମାଧବ ଭୋଇ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ପରେ ରାଜ୍ୟ ରୁ ଆସିଥିବା    ଟ୍ରେନର ଭାବେ ପ୍ରଣତି ଦାସ, ଉପହାର ବେହେରା, ଅପରାଜିତା ପରିଡା ପ୍ରମୁଖ ଉପସ୍ଥିତ ରହି ମୁକ୍ତା ର କାର୍ଯ୍ୟକାରିତା ପାଇଁ ମିଶନ ଶକ୍ତି ଗୋଷ୍ଠି ର ଜ୍ଞାନ, କୌଶଳ ଓ ଦକ୍ଷତା ବୃଦ୍ଧି ନେଇ ମାଷ୍ଟର ଟ୍ରେନର ମାନଙ୍କର ଦାୟିତ୍ୱ କଣ ରହିଛି ତାହା ଉପରେ ତାଲିମ ଦେଇଥିଲେ |   ଯାହାଫଳ ରେ ଏଥିରେ ଯୋଗଦେଇଥିବା ମାଷ୍ଟର ଟ୍ରେନ ର ମାନେ ନିଜ ନିଜ ଏନଏସି ର ୱାର୍ଡ ସ୍ତର ରେ ବୁଲି ମୁକ୍ତା ବିଷୟରେ ଦକ୍ଷତା ବିକାଶ ସମ୍ପର୍କ ବିଭିନ୍ନ ଟ୍ରେନିଂ ଦେଇପାରିବେ ବୋଲି ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ

Nalco
Leave A Reply