ନିରାକାରପୁର, ୨୧/୧୧: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ରାମେଶ୍ବର ଛକ ୧୬ ନଂ ଜାତୀୟ ରାଜପଥ ଓଭର ବ୍ରିଜ ନିକଟରେ ଟାଙ୍ଗୀ ଥାନା ପୋଲିସ କନେଷ୍ଟବଳ ବିନୋଦ କହଁରଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ କି ଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତକଙ୍କ ଶବ ବ୍ୟବଛେଦ କାମ ସାରି ଖୋର୍ଦ୍ଧା ରୁ ଟାଙ୍ଗୀ ଫେରୁଥିବା ବେଳେ ବିନୋଦଙ୍କ ବାଇକ ଭରସାମ୍ୟ ହରାଇ ରୋଡ କଡ ଡିଭାଇଡରରେ ପିଟି ହୋଇ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବରଣ କରିଥିବା କନେଷ୍ଟବଲଙ୍କର ନାମ ବିନୋଦ କହଁର।ସେ ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ।୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ନିକଟରେ ତାଙ୍କର ସଡ଼କ ଦୁର୍ଘଟଣା ରେ ହୋଇଛି ମୃତ୍ୟୁ।ବିନୋଦ ବାଇକ ରେ ଖୋରଧା ରୁ ଫେରୁଥିବା ବେଳେ ହୋଇଛି ଦୁର୍ଘଟଣା।ବାଇକ ଟି ମଲାଗୁଣୀ ନଦୀ ଓଭର ବ୍ରିଜ ନିକଟରୁ କୌଣସି କାରଣରୁ ଭରସାମ୍ୟ ହରାଇ ୧୬ନଂ ଜାତୀୟ ରାଜପଥରୁ ନିରାକାରପୁର ଓ ରାମେଶ୍ବର ଛକ ଆଡ଼କୁ ସବ ରୋଡକୁ ଆସି ରାସ୍ତା ପାର୍ଶ୍ଵ ରେ ଥିବା ଗାର୍ଡୱାଲ ସହ ଧକ୍କା ହୋଇଥିଲା।ଫଳରେ କନେଷ୍ଟବଲ ଜଣକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ତେଣୁ ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହେବା ସହ ପ୍ରଚୁର ରକ୍ତଶ୍ରାବ ହେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ନିରାକାର ପୁର ପୋଲିସ ଶବ ଜବତ କରି ତଦନ୍ତ କରିଛି।