Odisha news

ଶେରଗଡ଼ ଥାନା ଅଧିକାରୀ ଙ୍କୁ ଗୁଳି କରି ହତ୍ୟା ମାମଲା : ଅଭିଯୁକ୍ତ ଙ୍କୁ ଆଜୀବନ ସଶ୍ରମକାରାଦଣ୍ଡ

0

ଆସିକା : ଦୀର୍ଘ  ଦିନ ଧରି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଙ୍କ କୋର୍ଟ ରେ  ଶେରଗଡ଼ ଥାନା ଅଧିକାରୀ  ମନୋରଞ୍ଜନ ମିଶ୍ର ଙ୍କୁ ଗୁଳି କରି  ହତ୍ୟା ମାମଲା ର  ବିଚାରଣା ଚାଲିଥିବା ବେଳେ ଆଜି ତାହାର ଚୁଡାନ୍ତ ରାୟ ପ୍ରକାଶ ପାଇଛି। ସ୍ଥାନୀୟ ଅତିରିକ୍ତ ଜିଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ଏହାର ବିଚାରଣା କରି  ତିନି ଅଭିଯୁକ୍ତ ଙ୍କ ମଧ୍ୟରୁ ସୁଶାନ୍ତ ବେହେରା ଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସହ ଅଭିଯୁକ୍ତ ସୁନିଲ ବେହେରା ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି।ସେହିଭଳି ଜାମିନ ରେ ଥିବା ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ସମୀର ପଣ୍ଡା  ଆଜି ରାୟ ପ୍ରକାଶ ବେଳେ କୋର୍ଟ ରେ ଅନୁପସ୍ଥିତ ଥିବାରୁ ତାଙ୍କର ଚୁଡାନ୍ତ ରାୟ ପ୍ରକାଶ ନ କରି  ତାଙ୍କରି ନାମରେ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି ହୋଇଛି। ଗତ ୨୬/୧୧/୨୦୧୦ ତାରିଖ ରାତି ପ୍ରାୟ ୧୧ ଟା ବେଳେ ଥାନା ଅଧିକାରୀ ଶ୍ରୀ ମିଶ୍ର ନିଜ ମୋଟର ସାଇକେଲ ଓ.ଆର୍-୦୫ଏ ଇ ୪୯୦୮ ଯୋଗେ ଥାନା ଇଲାକା ରେ କରୁଥିବା ପେଟ୍ରୋଲିଂ କରୁଥିବାବେଳେ ଦୂର୍ବୁତ୍ତ ମାନେ ତାକରଡ଼ା – ଶେରଗଡ଼ ରାସ୍ତା ରେ ଗୁଳି ମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା।ବିଳମ୍ବିତ ରାତ୍ର ରେ  ଜିପ୍ ଯୋଗେ ପେଟ୍ରୋଲିଂ କାର୍ଯ୍ୟ ରେ ଯାଇଥିବା ଥାନା ଅନ୍ୟ କର୍ମଚାରୀ  ତାଙ୍କ ମୃତ ଶରୀର କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୋଲିସ ଅଧିକାରୀ ଙ୍କୁ ହତ୍ୟା ଘଟଣା ସେତେବେଳେ ସାଧାରଣ ରେ ଗଞ୍ଜାମ ଜିଲ୍ଲା ରେ ଆଲୋଡନ ଖେଲାଇଥିଲ। ଥାନାର ଏ ଏସ୍ ଆଇ ଭ୍ରମରବର ତରାଇ ଙ୍କ ଅଭିଯୋଗ କୁ ନେଇ ଶେରଗଡ଼ ଥାନା ରେ କେସ ନଂ-୫୦ ରେ ଏଥି ନେଇ ମାମଲା ରୁଜୁ ହୋଇଥିଲା। ପାଟପୁର ଥାନା ଅଧିକାରୀ ଜେ. କେ . ପଟ୍ଟନାୟକ ଘଟଣାର ବ୍ୟାପକତଦନ୍ତ କରଥିବା ବେଳେ ତତ୍ କାଳୀନ ଶେରଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏଥିରେ ସହଯୋଗ କରିଥିଲେ। ଶେରଗଡ଼ ପୋଲିସ ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ଆସିକା ଏ ଡି ଜେ କୋର୍ଟ ରେ ଏସ ଟି ନଂ ୪୩/୨୦୧୩  ରେ ଏହାର ଶୁଣାଣି ଚାଲି ଆସିଥିଲା।ମୃତ ମିଶ୍ର ଙ୍କ ସ୍ତ୍ରୀ ଙ୍କ ସମେତ ମୋଟ ୨୨ ଜଣ  ସାକ୍ଷୀ ଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ଅଦାଲତ ରେ ଏହି ରାୟ ଆଜି ପ୍ରକାଶ ପାଇଛି।ମାମଲାରେ ଦୋଷୀ ସାବ୍ୟସ୍ତ ସୁଶାନ୍ତ କୁ  ପାଞ୍ଚଟି ଫୌଜଦାରୀ ଦଫାରେ  ଆଜୀବନ ସଶ୍ରମ କାରାଦଣ୍ଡ ସହ ମୋଟ ୨୩ ହଜାର ଟଙ୍କା ଜରିମାନା ଅନାଦେୟ ତିନି ମାସ କାରାଦଣ୍ଡ ହୋଇଥିବା ଜଣାଯାଇଛି।ସରକାର ଙ୍କ ପକ୍ଷ ରୁ ଜିଲ୍ଲା କ୍ୟାଡର ପି ପି ତ୍ରିଲୋଚନ ପରିଡ଼ା ଓ ସ୍ଥାନୀୟ ଏ ପି ପି ଜି ସୂର୍ଯ୍ୟ ପ୍ରକାଶ ରାଓ ମାମଲା ପରିଚାଳନା କରୁଥିଲେ।

Leave A Reply