ଆଜିର ଜୀବନ ଶୈଳୀ ପ୍ରାୟ ସମସ୍ତଙ୍କୁ ମଧୁମେହ ଦ୍ୱାରା ପ୍ରଭାବିତ କରୁଛି l ଗୋଟିଏ ଅଧ୍ୟୟନ ରେ କୁହାଯାଇଛି ଯେ ମଧୁମେହ ରୋଗୀଙ୍କ ପାଇଁ ଭାରତୀୟ ଆୟୁର୍ବେଦ ଅର୍ଥାତ ଭାରତୀୟ ଜଡିବୁଟି ଖୁବ ଲାଭ ଦାୟକ l ଏହି ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଯଦି ଜଣେ ବ୍ୟକ୍ତି ୧୪ ଦିନ ପର୍ଯ୍ୟନ୍ତ ସଠିକ ଡାଏଟ ଓ ଆୟୁର୍ବେଦ ଦ୍ୱାରା ସମ୍ପୂର୍ଣ ଠିକ କରିପାରିବ l
ସେହିସବୁ ଜଡିବୁଟି ଗୁଡିକ ପ୍ରାୟ ସମସ୍ତ ସ୍ଥାନରେ ଉପଲବ୍ଧ ହୋଇଥାଏ l ଗାଁ ଗହଳି ରୁ ନେଇ ସହର ପର୍ଯ୍ୟନ୍ତ ଖୁବ ସହଜରେ ମିଳିଯାଏ l ସର୍ବ ପ୍ରଥମେ ଆମେ ଏହିସବୁ ଜଡିବୁଟି କୁ ଜାଣିବା ଜରୁରୀ l
* ଆୟୁର୍ବେଦ ଉପଚାର ରେ ବାଇ ଜଡ଼ା ବା ବାଇ ଗବା କିମ୍ବା ଯାହାକୁ ଗିଲୋୟେ କୁହାଯାଇ ଥାଏ l ଏହା ପ୍ରାୟ ଗାଁ ଗହଳି ର ବାଡ଼ ରେ ଦେଖିବାକୁ ମିଳିଥାଏ l ଏହାକୁ ଆମେ ମଧୁମେହ ରୁ ଆରାମ ପାଇବା ପାଇଁ ନିୟମିତ ସେବନ କରି ପାରିବା l ବ୍ଲଡ଼ ଶୁଗାର କୁ ନିୟନ୍ତ୍ରଣ କରିବା ସହ ଇମ୍ୟୁନ ସିଷ୍ଟମ କୁ ମଧ୍ୟ ଠିକ ରଖିଥାଏ l
* ଏହାପରେ ଗୁଡୁମାରୀ କୁ ମଧ୍ୟ ମଧୁମେହ ପାଇଁ ବ୍ୟବହାର କରାଯାଇ ଥାଏ l ମଧୁମେହ ପାଇଁ ଏହା ଗୋଟିଏ ରାମ ବାଣ ଅଟେ l ଏହାର ପତ୍ରକୁ ମଧୁମେହ ର ଚିକିତ୍ସା ପାଇଁ ବ୍ୟବହାର କରାଯାଇ ଥାଏ l ଏଥିରେ ଫ୍ଲେବନାଏଡ ଭଳି ଯୌଗିକ ରହିଥାଏ l ଯାହାକି ମଧୁମେହ ରୋଗୀ ଙ୍କ ପାଇଁ ଖୁବ ହିତକର l
* ସଦାବିହାରୀ ମଧୁମେହ ପାଇଁ ଖୁବ ଉପଯୋଗୀ l ଏଥିରେ ବିଭିନ୍ନ୍ ଯୌଗିକ ରହିଥାଏ l ଯାହାକି ଶରୀରର ରକ୍ତ ସର୍କରା ସ୍ତର କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ସଦାବିହାରୀ ଫୁଲ ମଦୁମେହ କୁ ନିୟନ୍ତ୍ରଣ କରିବା ପାଇଁ ଖୁବ ଉପଯୋଗୀ l
* ଏଲୋଭେରା ମଧୁମେହ ସମସ୍ୟା ପାଇଁ ଖୁବ ଉପଯୋଗୀ l ଏଲୋଭେରା ରକ୍ତ ସର୍କରା ସନ୍ତୁଳନ କରିବା ସହିତ ଇନ୍ସୁଲୀନ କୁ ବୁଷ୍ଟ କରିଥାଏ l ପେଟ ପାଇଁ ମଧ୍ୟ ଏଲୋଭେରା ଖୁବ ହିତକର